Categories: ଜାତୀୟ

୮୩ ତେଜସ ବିମାନ କିଣିବ ଭାରତ

ନୂଆଦିଲ୍ଲୀ,୧୨।୧: ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକରେ ବୁଧବାର ୪୮ ହଜାର କୋଟି ଟଙ୍କାର ତେଜସ ବିମାନ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ହାଲଠାରୁ ୭୩ଟି ତେଜସ ଲଢୁଆ ବିମାନ ଓ ୧୦ଟି ତେଜସ ଅଭ୍ୟାସ ବିମାନ କିଣା ଯିବ। ଘରୋଇ ବଜାରରୁ ପ୍ରତିରକ୍ଷା ସାମଗ୍ରୀ କିଣିବା ଏହା ସବୁଠୁ ବଡ଼ ଚୁକ୍ତି । ଏନେଇ ଭାରତୀୟ ବାୟୁସେନାର ଲଢୁଆ ବିମାନ ଅଭାବ ଦୂର ହେବା ସହ ସରକାରଙ୍କ ‘ମେକ-ଇନ୍‌-ଇଣ୍ଡିଆ’ ଏବଂ ଆତ୍ମର୍ନିଭର ଭାରତ ଯୋଜନାକୁ ପ୍ରେତ୍ସାହନ ମିଳିବ। ଏହି ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ନିରାପତ୍ତା ସମ୍ପର୍କିତ କ୍ୟାବିନେଟ କମିଟି ୪୮ ହଜାର କୋଟି ମୂଲ୍ୟର ବୃହତ୍ତମ ସ୍ବଦେଶୀ ପ୍ରତିରକ୍ଷା କ୍ରୟ ପ୍ରସ୍ତାବକୁ ସବୁଜ ସଂକେତ ଦେଇଛି । ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପକୁ ଆତ୍ମ ର୍ନିଭର କରିବାରେ ଏହା ସହାୟକ ହେବ । ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ(ହାଲ) ପକ୍ଷରୁ ର୍ନିମାଣ କରାଯାଉଥିବା ହାଲୁକା ବିମାନ ତେଜସ ଏକ ଚତୁର୍ଥ ପିଢିର ଲଢୁଆ ବିମାନ । ଏହା ଏକ ସିଙ୍ଗଲ ଇଞ୍ଜିନ ମଲଟିରୋଲ ଲଢୁଆ ବିମାନ । ବିଶ୍ବର ଅନ୍ୟ ଲଢୁଆ ବିମାନ ସହ ଏହା ସମକକ୍ଷ ବୋଲି ହାଲ ପକ୍ଷରୁ କୁହାଯାଇଛି।

Share