Categories: ଜାତୀୟ

ଦୁନିଆର ସବୁଠାରୁ ଖରାପ ବିମାନବନ୍ଦର କିଣିବାକୁ କାହିଁକି ନିଷ୍ପତ୍ତି ନେଇଛନ୍ତି ଭାରତ-ରୁଷିଆ

ନୂଆଦିଲ୍ଲୀ,୩।୧: ଭାରତ ଏବଂ ରୁଷିଆ ମିଳିତ ଭାବେ ବିଶ୍ୱର ସବୁଠାରୁ ଖରାପ ବିମାନବନ୍ଦର କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିମାନବନ୍ଦରକୁ ଉଭୟ ଦେଶ କିଣିବାକୁ ନିଷ୍ପତ୍ତି ନେଇଛନ୍ତି, ତାହାର ରୋଜଗାର କମ୍‌ ହେତୁ ବିମାନବନ୍ଦର ତାର ବିଦ୍ୟୁତ୍‌ ବିଲ ପୈଠ କରିପାରୁ ନାହିଁ। ଏହି ବିମାନବନ୍ଦରଟି ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ ଅବସ୍ଥିତ।

ଶ୍ରୀଲଙ୍କା ନ୍ୟୁଜ ୱେବସାଇଟ ନ୍ୟୁଜ ଫିଷ୍ଟର ରିପୋର୍ଟ ଅନୁଯାୟୀ, ଭାରତ ଏବଂ ରୁଷିଆ ଯେଉଁ ବିମାନବନ୍ଦରକୁ କ୍ରୟ କରିବାକୁ ଆଗ୍ରହ ଦେଖାଇଛନ୍ତି, ତାହା ଚାଇନାର ଟଙ୍କାରେ ନିର୍ମାଣ କରାଯାଇଛି। ଶ୍ରୀଲଙ୍କାର ମଟାଲା ସହରରେ ଅବସ୍ଥିତ ଏହି ବିମାନବନ୍ଦର ହମ୍ବନଟୋଟା ବନ୍ଦରଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ। ଏହା ମଟାଲା ରାଜପକ୍ଷେ ଅନ୍ତର୍ଜାତୀୟ ବିମାନବନ୍ଦର (ଏମଆରଆଇଏ) କିମ୍ବା ହମ୍ବନଟୋଟା ବିମାନବନ୍ଦର ଭାବରେ ମଧ୍ୟ ଜଣାଶୁଣା।

ରିପୋର୍ଟ ଅନୁଯାୟୀ, ଡିସେମ୍ବର ଆରମ୍ଭରେ ଶ୍ରୀଲଙ୍କା ମଟାଲା ଅନ୍ତର୍ଜାତୀୟ ବିମାନବନ୍ଦରର କାର୍ଯ୍ୟକୁ ଏକ ଘରୋଇ ରୁଷିଆ-ଭାରତୀୟ ମିଳିତ ଉଦ୍ୟୋଗକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ବନ୍ଦର ଏବଂ ବିମାନ ସେବା ସଚିବ କେ.ଡି.ଏସ ରୁୱାନଚନ୍ଦ୍ର କହିଥିଲେ ଯେ ମଟାଲା ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ରୁଷିଆ-ଭାରତୀୟ ଘରୋଇ ମିଳିତ ଉଦ୍ୟମରେ କରାଯିବ। ଏହି କମ୍ପାନୀ ବିମାନବନ୍ଦର କର୍ମଚାରୀଙ୍କ ବେତନ ଏବଂ ପାରିଶ୍ରମିକ ମଧ୍ୟ ପ୍ରଦାନ କରିବ।

 

Share