ନୂଆଦିଲ୍ଲୀ,୨୨ା୬: ଅରୁଣାଚଳପ୍ରଦେଶକୁ ଚାଇନା ନିଜର ଦାବି କରିବା ସହ ଏହାର କେତେଗୁଡ଼ିଏ ସ୍ଥାନର ନାଁ ବଦଳାଇ ଦେଇଛି। ତେଣୁ ଯେସାକୁ ତେସା ନୀତିରେ ଭାରତ ତିବ୍ବତ ସ୍ବୟଂଶାସିତ ଅଞ୍ଚଳର ୩୦ଟି ସ୍ଥାନର ନାମ ପରିବର୍ତ୍ତନ କରି ଏଲ୍ଏସି ଅନ୍ତର୍ଗତ ଅଞ୍ଚଳର ମାନଚିତ୍ରରେ ପରିଣତ କରିବାକୁ ଯୋଜନା କରିଛି। ନୂଆ ଏନ୍ଡିଏ ସରକାର ପୁନଃ ନାମିତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ଚାଇନାର ନାମ ପରିବର୍ତ୍ତନ ରଣନୀତିର ଦୃଢ଼ ଜବାବ ହେବ। ଉକ୍ତ ଅଞ୍ଚଳ ମଧ୍ୟରେ ୧୧ଟି ଆବାସିକ ଅଞ୍ଚଳ, ୧୨ଟି ପାର୍ବତ୍ୟାଞ୍ଚଳ, ୪ ନଦୀ, ଗୋଟିଏ ହ୍ରଦ ରହିଛି।