Categories: ଜାତୀୟ

ଭାରତ ନ ଥକି ଆଗେଇ ଚାଲିବ…

ଅହମଦାବାଦ, ୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦଠାରେ ୧୧ ତମ ଖେଳ ମହାକୁମ୍ଭର ଶୁଭାରମ୍ଭ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ରେ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତକୁ ରୋକିବା ଅସମ୍ଭବ। ଭାରତ ଏବେ ନ ଥକି ଆଗେଇ ଚାଲିବ। କରୋନା ପାଇଁ ଗତ ୨ ବର୍ଷ ଧରି ଖେଳ ମହାକୁମ୍ଭ ହୋଇ ପାରି ନଥିଲା।

ତେବେ ପୁଣି ଥରେ ଏହା ଆରମ୍ଭ ହୋଇଛି। ଗୁଜରାଟର ଯୁବବର୍ଗଙ୍କ ଇଛାଶକ୍ତି ଆକାଶ ଛୁଆଁବାରେ ଲାଗିଛି। ରାଜ୍ୟର ବିକାଶ ଧାରା ଜାରି ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

୧୨ ବର୍ଷ ତଳେ ୨୦୨୦ରେ ଖେଳ ମହାକୁମ୍ଭର ଆରମ୍ଭ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଏହୀ ଅବସରରେ କହିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ଯୁବବର୍ଗ ମେଡାଲ ଜିଣିବାରେ ଲାଗିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଛନ୍ତି।

Share