Posted inଜାତୀୟ

ନିଜସ୍ବ ଏଆଇ ମଡେଲ ପ୍ରସ୍ତୁତ କରିବ ଭାରତ

ନୂଆଦିଲ୍ଲୀ,୩୦।୧: କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ବିଶ୍ୱସ୍ତରରେ ପ୍ରତିଯୋଗିତା ଜୋର୍‌ଦାର ହୋଇଥିବାବେଳେ ଭାରତ ନିଜସ୍ବ ମୌଳିକ ମଡେଲ୍‌ ପ୍ରସ୍ତୁତ କରିବା ନେଇ ଆଗ୍ରହ ପ୍ରକାଶ କରିଛି। ଷ୍ଟାର୍ଟଅପ୍‌ ଏବଂ ଗବେଷକମାନେ ଏଥିପାଇଁ ୧୮, ୬୯୩ ଗ୍ରାଫିକ୍‌ ପ୍ରୋସେସିଂ ୟୁନିଟ୍‌ (ଜିପିୟୁ)ର ସ୍ବଳ୍ପ ବ୍ୟୟସାପେକ୍ଷ ସାଧାରଣ କମ୍ପ୍ୟୁଟ୍‌ ସୁବିଧାକୁ ବ୍ୟବହାର କରିବେ। ଭାରତ ପ୍ରସ୍ତୁତ ମଡେଲ୍‌ ଚାଟ୍‌ଜିପିଟି ଏବଂ ଡିପ୍‌ସିକ୍‌ ଆର୍‌୧କୁ ଟକ୍କର ଦେଇପାରିବ ବୋଲି କୁହାଯାଇଛି। ଚାଇନା କମ୍ପାନୀ ଡିପ୍‌ସିକ୍‌ ସବୁଠୁ ଶସ୍ତା ଏଆଇ ମଡେଲ୍‌ ଆଣି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବଜାରରେ ବିପ୍ଳବ ଆଣିଥିବାବେଳେ ଏହା ଆମେରିକୀୟ ଏଆଇ କମ୍ପାନୀଗୁଡ଼ିକ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ସମୟରେ ଭାରତ ନିଜସ୍ବ ଏଆଇ ପ୍ରସ୍ତୁତ ପାଇଁ ଯୋଜନା କରିଛି।

ଭାରତ ବିଶ୍ୱସ୍ତରୀୟ ମୌଳିକ ମଡେଲ୍‌ ନିର୍ମାଣ କରିବା ନେଇ ସୂଚନା ଓ ପ୍ରଯୁକ୍ତି ନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହା ବିଶ୍ୱର ସର୍ବଶ୍ରେଷ୍ଠ ମଡେଲ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେବ। ନୂଆଦିଲ୍ଲୀ ଘୋଷଣା କରିଥିବା ଏଆଇ ବ୍ଲ୍ୟୁପ୍ରିଣ୍ଟର ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ହେଲା ଜିଓ ପ୍ଲାଟ୍‌ଫର୍ମ, ସିଏମ୍‌ଏସ୍‌ କମ୍ପ୍ୟୁଟର, ଟାଟା କମ୍ୟୁନିକେଶନ୍ସ, ଇ୨ଇ ନେଟ୍‌ଓ୍ବର୍କ୍ସ, ୟୋଟ୍ଟା ଡେଟା ସର୍ଭିସେସ୍‌ ଓ ପ୍ୟାନେଲରେ ଥିବା ଅନ୍ୟ ବିଡରମାନଙ୍କ ଦ୍ୱରା ଅଫର ହୋଇଥିବା ୧୮,୬୯୩ ଜିପିୟୁ; ଏଆଇ ସୁରକ୍ଷା ଅନୁଷ୍ଠାନ ସହ ଏହା ଅଧୀନରେ ଅନୁମୋଦିତ ୮ ପ୍ରକଳ୍ପ। ଭାରତର ନିଜସ୍ବ ମୌଳିକ ଏଆଇ ମଡେଲ୍‌ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଆହ୍ବାନ କରାଯାଇଛି, ଯେଉଁଥିରେ ଭାରତୀୟ ପ୍ରସଙ୍ଗ, ଭାଷା, ସଂସ୍କୃତି ରହିବ। ମୂଳତଃ ଡେଟାସେଟ୍‌ଗୁଡ଼ିକ ଆମ ଦେଶ ପାଇଁ, ଦେଶର ଏବଂ ଆମ ନାଗରିକମାନଙ୍କ ପାଇଁ ହେବ ବୋଲି କୁହାଯାଇଛି।

ଇଣ୍ଡିଆ ଏଆଇ ମିଶନ ଅଧୀନରେ ସରକାର ୧୦,୩୭୨ କୋଟି ଟଙ୍କା ମଞ୍ଜୁର କରିଥିଲେ, ଯାହା ଏଆଇ ଇକୋସିଷ୍ଟମକୁ ସୁଦୃଢ଼ କରିବ। ଏହାର ଅନ୍ୟତମ ମୁଖ୍ୟ ସ୍ତମ୍ଭ ଏଆଇ କମ୍ପ୍ୟଟ୍‌ ଭିତ୍ତିଭୂମି ପାଇଁ ୧୦,୦୦୦ ଜିପିୟୁ ସକ୍ଷମ କରାଇବ। ୧୮,୬୯୩ ଜିପିୟୁ ବୃହତ୍‌ କମ୍ପ୍ୟୁଟ୍‌ କ୍ଷମତା ଦେବ। ଡିପ୍‌ସିକ୍‌ରେ ୨,୦୦୦ ଜିପିୟୁ ବ୍ୟବହାର ହୋଇଥିବାବେଳେ ଚାଟ୍‌ଜିପିଟିର ଭର୍ସନ-୪ରେ ୨୫,୦୦୦ ଜିପିୟୁ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…

ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ...

Starlink: ଷ୍ଟାରଲିଙ୍କ୍‌ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା

ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି।...

UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା...

ଓଡ଼ିଶାରେ ପିକେ ମିଶ୍ର-ଶକ୍ତିକାନ୍ତ ଦାସ: ଜାଣନ୍ତି କି ମୋଦିଙ୍କ ଉପ ସଚିବ ମାସକୁ ପାଆନ୍ତି ୨ଲକ୍ଷରୁ ଅଧିକ ଦରମା?

ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠାରେ କାର୍ଯ୍ୟରତ ଅଧିକାରୀଙ୍କ ଦାୟିତ୍ୱ କେବଳ ପ୍ରଶାସନିକ...

ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଝିଅ ହର୍ଷିତା କେଜ୍‌ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍‌ ସମ୍ବଭ...

ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍‌ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍‌)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍‌ରିିୱାଲ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image