ଏହି କଥା ଉପରେ ଆମେରିକା ଏବଂ ସାଉଦି ଆରବ ସହ ଆଲୋଚନା କରିବ ଭାରତ

ନୂଆଦିଲ୍ଲୀ/ଆମେରିକା,୮ା୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିସହିତ ବାଇଡେନ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହ ମଧ୍ୟ ଆଲୋଚନା କରିପାରନ୍ତି। ବାଇଡେନ ବିକାଶଶୀଳ ଦେଶଗୁଡ଼ିକରେ ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରରେ ବିକଳ୍ପ ଅଂଶୀଦାର ତଥା ନିବେଶକ ଭାବରେ ଜି-୨୦ରେ ଓ୍ବାଶିଂଟନ ଉପସ୍ଥାପନ କରିବେ। ଚାଇନାକୁ ପଛରେ ପକାଇବା ବାଇଡେନଙ୍କ ଉଦ୍ଦେଶ୍ୟ।

ଆମେରିକା, ସାଉଦି ଆରବ, ଭାରତ ଏବଂ ଅନ୍ୟାନ୍ୟ ଦେଶ ଏକ ସମ୍ଭାବ୍ୟ ଭିତ୍ତିଭୂମି ଚୁକ୍ତି ଉପରେ ଆଲୋଚନା କରିବାକୁ ଯାଉଛନ୍ତି। ଯାହା ଗଲ୍ଫ ଏବଂ ଦକ୍ଷିଣ ଏସିଆ, ମଧ୍ୟ ପୂର୍ବରେ ବାଣିଜ୍ୟକୁ ପୁନଃ ନିର୍ମାଣ କରିପାରିବ ବୋଲି ଆମେରିକାର ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ମଧ୍ୟ ପୂର୍ବ ଦେଶଗୁଡ଼ିକୁ ରେଳ ସଂଯୋଗ କରିପାରିବ ଏବଂ ବନ୍ଦର ଦ୍ୱାରା ଭାରତକୁ ମଧ୍ୟ ସଂଯୋଗ କରିପାରିବ।

Share