Categories: ଜାତୀୟ

‘ଭାରତ ୨୦୪୭ ସୁଦ୍ଧା ବିଶ୍ୱର ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ’

ବେଙ୍ଗାଲୁରୁ,୨୪।୨: କୋଲକାତାରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାରୋହରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଭାରତର ଅର୍ଥବ୍ୟବସ୍ଥା ଖୁବ୍‌ଶୀଘ୍ର ଶୀର୍ଷରେ ପହଞ୍ଚିବ। ୨୦୪୭ ସୁଦ୍ଧା ଦେଶ ବିଶ୍ୱର ବୃହତ୍ତମ ଅର୍ଥନୀତି ଭାବେ ଉଭା ହେବ। ଆହୁରି କହିଛନ୍ତି ଯେ, ଏକ ଆନ୍ତର୍ଜାତୀୟ ରିପୋର୍ଟ ଅନୁଯାୟୀ ଆସନ୍ତା ୪ରୁ ୫ ବର୍ଷ ମଧ୍ୟରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ। ଏହି ଦିନ ଦୂରରେ ନୁହେଁ।

 

Share