Posted inଖେଳ

ଭାରତ ଆଜି ଆଫଗାନିସ୍ତାନକୁ ଭେଟିବ

ନୂଆଦିଲ୍ଲୀ,୧୧ା୧୦(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ବୁଧବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଭାରତ। ଚେନ୍ନାଇର ସ୍ପିନିଂ ଟ୍ରାକ୍‌ରୁ ଖେଳି ଫେରିଥିବା ଭାରତ ଏକ ନୂତନ ଭେନ୍ୟୁରେ ଖେଳିବ। ଦିଲ୍ଲୀରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ୭୦୦ରୁ ଅଧିକ ରନ୍‌ ସଂଗୃହୀତ ହୋଇଥିଲା। ପିଚ୍‌ ପେସ୍‌ ବୋଲରଙ୍କୁ ସାମାନ୍ୟ ସହାୟତା କରୁଥିବା ବେଳେ ପ୍ରଥମ ମ୍ୟାଚ୍‌ର ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଚେନ୍ନାଇରେ ଖେଳୁଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ଭାରତ ମହମ୍ମଦ ଶାମିଙ୍କୁ ଖେଳାଇପାରେ। ବିଶ୍ୱକପ୍‌ ପୂର୍ବରୁ ଭିନ୍ନ ଭିନ୍ନ ଭେନ୍ୟୁରେ ଆଡ୍‌ଜଷ୍ଟ କରିବା ଭାରତ ପାଇଁ ବଡ ଚ୍ୟାଲେଞ୍ଜ ରହିବ ବୋଲି ରୋହିତ ଶର୍ମା କହିଥିଲେ। ଚଳିତ ବିଶ୍ୱକପ୍‌ରେ ଭାରତ ୮ଟି ଭିନ୍ନ ଭିନ୍ନ ଭେନ୍ୟୁରେ ଏହାର ମ୍ୟାଚଗୁଡିକ ଖେଳିବାକୁ ଥିବାବେଳେ ଏହା ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବରେ ଉଭା ହେବ। ଅନ୍ୟପକ୍ଷରେ ଷ୍ଟାର ଭାରତୀୟ ବ୍ୟାଟର ତଥା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ର ହିରୋ ବିରାଟ କୋହଲି ନିଜ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବେ। ନିଜ ନାମରେ ନାମିତ ପ୍ୟାଭିଲିୟନ ଓ ଘରୋଇ ଦର୍ଶକଙ୍କ ସମ୍ମୁଖରେ ବ୍ୟାଟିଂ କରିବାର ଚାପ ମଧ୍ୟ ରହିପାରେ। ତେବେ ଏଭଳି ଚାପର ମୁକାବିଲା କରିବାରେ କୋହଲି ସିଦ୍ଧହସ୍ତ। କୋହଲି ନିଜର ହୋମ୍‌କମିଙ୍ଗ ମ୍ୟାଚ୍‌ରେ ପୁଣି ଥରେ ଚେନ୍ନାଇର ସଫଳତା ଦୋହରାଇବାକୁ ଚାହିଁବେ।
ଡେଙ୍ଗୁ କାରଣରୁ ଶୁବମନ୍‌ ଗିଲ୍‌ ବାଦ୍‌ ପଡିଥିବା ବେଳେ ପୁଣି ଥରେ ଇଶାନ କିଶନଙ୍କୁ ଓପନ କରିବାର ସୁଯୋଗ ମିଳିବ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଖରାପ ଶଟ୍‌ ଖେଳି ଆଉଟ ହୋଇଥିବା ଇଶାନ କିଶନ ଓ ଶ୍ରେୟସ ଆୟରଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ପଡିବ। ପୂର୍ବରୁ ଦିଲ୍ଲୀର ପିଚ୍‌ ତଳୁଆ ରହୁଥିବା ବେଳେ ପ୍ରଥମ ମ୍ୟାଚରେ କିନ୍ତୁ ୩୧ ଛକା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଏସିଆ କପ୍‌ରେ ପ୍ରତ୍ୟାବର୍ତ୍ତନ ପରଠାରୁ ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ରହିଥିବା ଲୋକେଶ ରାହୁଲ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବ୍ୟାଟିଂ ବିଭାଗରେ ପରିବର୍ତ୍ତନର ସମ୍ଭାବନା କମ୍‌ ରହିଥିବା ବେଳେ ବୋଲିଂ ବିଭାଗରେ ଗୋଟିଏ ପରିବର୍ତ୍ତନ ଆଶା କରାଯାଇପାରେ। ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ମହମ୍ମଦ ଶାମି ଖେଳିପାରନ୍ତି। ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ ଦଳ ବିପକ୍ଷରୁ ଖେଳି ଆସିଥିବା ଭାରତ ଦ୍ୱିତୀୟ ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ରନ୍‌ ଭୋଜିରେ ସାମିଲ ହେବାକୁ ପ୍ରୟାସ କରିବ। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପରାଜୟ ପରେ ଆଫଗାନିସ୍ତାନ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିବ। ସ୍ପିନରମାନେ ଆଫଗାନିସ୍ତାନ ବୋଲିଂର ମୁଖ୍ୟ ଅସ୍ତ୍ର ହୋଇଥିବା ବେଳେ ରଶିଦ୍‌ ଖାନ୍‌ ଓ ମୁଜିବ୍‌ ଉର୍‌ ରେହମାନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ମୁଜିବ୍‌ ବୋଲିଂ ଓପନ୍‌ କରୁଥିବା ବେଳେ ରଶିଦ୍‌ ପାଓ୍ବାର ପ୍ଲେ ଓଭର ପରେ ବୋଲିଂ କରିଥାନ୍ତି। ତେବେ ଟି୨୦ ଭଳି ସେ ପ୍ରଭାବ ବିସ୍ତାର କରି ନ ପାରନ୍ତି। ଅନ୍ୟପକ୍ଷରେ ଆଫଗାନିସ୍ତାନ ପକ୍ଷରୁ କେବଳ ଓପନର ରହମାନୁଲ୍ଲା ଗୁରବାଜଙ୍କୁ ଛାଡିଲେ କୌଣସି ବ୍ୟାଟର ଫର୍ମରେ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ଅକ୍ଷର ପଟେଲଙ୍କୁ ୧୨ଲକ୍ଷ ଜରିମାନା

ନୂଆଦିଲ୍ଲୀ, ୧୪ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍‌ ଗେମ୍‌ରେ ସ୍ଲୋ ଓଭର ରେଟ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲକଙ୍କୁ ୧୨ ଲକ୍ଷ ଟଙ୍କ...

ସିଏସ୍‌କେରେ ଯୋଗ ଦେବେ ଆୟୁଷ

ଚେନ୍ନାଇ,୧୩ା୪: ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଆୟୁଷ ମହାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ଯୋଗ ଦେବେ। ଏଲବୋରେ ଫ୍ରାଚକର ଯୋଗୁ ଗାଏକ୍ୱାଡ...

NIA ଅଧିକାରୀଙ୍କୁ ଏହି ୩ ଜିନିଷ ମାଗିଲେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣା

ମୁମ୍ବାଇ,୧୪।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ହୁସେନ ରାଣାକୁ ଜାତୀୟ ତଦନ୍ତ ସଂସ୍ଥା (NIA) ଅଧିକାରୀମାନେ ପ୍ରତିଦିନ ୮ରୁ ୧୦ ଘଣ୍ଟା ପଚରାଉଚରା କରି...

ଅନନ୍ୟ ଭାଇଚାରା: ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଲେ ଇମତିଆଜ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ଆଜି ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ବରଗଡ଼ ସମେତ ସବୁଠି ଉତ୍ସାହ, ଉଦ୍ଦୀପନା ସହକାରେ ଏହି ପର୍ବ...

ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ

ହିଞ୍ଜିିଳିକାଟୁ, ୧୪।୪(ଦ୍ବିତୀକୃଷ୍ଣ ପଣ୍ଡା): ସୋମବାର ହିଞ୍ଜିିଳିକାଟୁ ଏବଂ ବିଭିନ୍ନ ଗ୍ରାମରେ ମା’ଦଣ୍ଡକାଳୀଙ୍କ ମେରୁପୀଠଗୁଡିକରେ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ମେରୁ ଖୁଣ୍ଟରେ ପୂଜା ନିମନ୍ତେ ଲୋକାରଣ୍ୟ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image