Categories: ଖେଳ

ଭାରତ ପ୍ରଥମେ ପାକିସ୍ତାନକୁ ଭେଟିବ

ଦୁବାଇ,୪ା୧୦: ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ୨୦୨୩ ପାଇଁ ସୋମବାର ଅନ୍ତର୍ଜାତୀୟ କ୍ରୀଡ଼ା ପରିଷଦ (ଆଇସିସି) ତରଫରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତଦନୁସାରେ ଭାରତ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଫେବୃୟାରୀ ୧୨ରେ କେପ୍‌ଟାଉନ୍‌ଠାରେ ଖେଳିବ। ଦକ୍ଷିଣ ଆଫ୍ରିକାରେ ଫେବୃୟାରୀ ୧୦ରୁ ୨୬ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ନାମେଣ୍ଟର ଗ୍ରୁପ୍‌ ୨ରେ ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ, ପାକିସ୍ତାନ ଓ କ୍ୱାଲିଫାୟର ଆୟର୍ଲାଣ୍ଡ ସ୍ଥାନ ପାଇଛନ୍ତି। ଭାରତ ଏହାର ଦ୍ୱିତୀୟ ମ୍ୟାଚ୍‌ ଫେବୃୟାରୀ ୧୫ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କେପ୍‌ଟାଉନ୍‌ରେ ଖେଳିବ। ଦଳ ଇଂଲଣ୍ଡ ଓ ଆୟର୍ଲାଣ୍ଡକୁ ଯଥାକ୍ରମେ ଫେବୃୟାରୀ ୧୮ ଓ ୨୦ରେ ଜିକ୍ୱେବର୍‌ହାଠାରେ ଭେଟିବ। ଆୟୋଜକ ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ କେପ୍‌ଟାଉନ୍‌ରେ ଖେଳିବ। ଫାଇନାଲ ମ୍ୟାଚ୍‌ ଫେବୃୟାରୀ ୨୬ରେ ଖେଳାଯିବ।

Share