Categories: ଜାତୀୟ

କାହାର ଇଛାରେ ନୁହେଁ ବିପଦକୁ ଦେଖି ଭାରତ ଲଢ଼ିବ ଯୁଦ୍ଧ: ଡୋଭାଲ୍‌

ହରିଦ୍ୱାର, ୨୬।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଲଗାତାର ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ ଉତ୍ତରାଖଣ୍ଡର ହରିଦ୍ୱାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଅନ୍ୟ କାହାର ଇଛାରେ ନୁହେଁ ବିପଦକୁ ଦେଖି ଭାରତ ଯୁଦ୍ଧ ଲଢ଼ିବ। ଯୁଦ୍ଧର ଆବଶ୍ୟକତା ଥିଲେ ଭାରତୀୟ ଯବାନ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି ସେ କହିଛନ୍ତି। ଚାଇନାକୁ ଦୃଷ୍ଟିରେ ରଖି ଡୋଭାଲ ଏଭଳି ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେବାରୁ ଏହାକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ଡୋଭାଲ ଚାଇନାକୁ ଦୃଷ୍ଟିରେ ରଖି ଅବା ଏଲ୍‌ଏସିରେ ଜାରି ରହିଥିବା ଉତ୍ତେଜନା ପାଇଁ କୁହାଯାଇ ନ ଥିବା ସରକାର ସ୍ପଷ୍ଟ କରିଛନ୍ତି।

Share