Advertisement

ଜୁନ ୪ ପରେ ମୋଦିଙ୍କ ବିଦାୟ ନିଶ୍ଚିତ, ସରକାର ଗଢ଼ିବ ‘ଇଣ୍ଡିଆ’ ମେଣ୍ଟ: ଖାର୍ଗେ

ନୂଆଦିଲ୍ଲୀ,୧୫।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଲୋକ ସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି। ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଜଭୂତ ସ୍ଥିତିରେ ରହିଛି। ଏପରିକି ମେଣ୍ଟ ଜୁନ ୪ ପରେ ସରକାର ଗଢ଼ିବ ବୋଲି ଖାର୍ଗେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ବୁଧବାର ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ ଖାର୍ଗେ ଲକ୍ଷ୍ନୌରେ ଏକ ଖବରଦାତା ସମ୍ମିଳନୀ ଡକାଇଥିଲେ। ଏଥିରେ ଖାର୍ଗେ କହିଛନ୍ତି ଯେ ଦେଶରେ ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହୋଇଛି। ବିରୋଧୀ ମେଣ୍ଟ ମଜଭୂତ ସ୍ଥିତିରେ ଅଛି। ପୁରା ବିଶ୍ୱାସରେ କହିବାକୁ ଚାହୁଁଛି ଯେ ହିନ୍ଦୁସ୍ତାନର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ କରିଛନ୍ତି। ଜୁନ ୪ରେ ମେଣ୍ଟ ନୂଆ ସରକାର ଗଢ଼ିବାକୁ ଯାଉଛି।

ଏହାଛଡ଼ା ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, ସେ ସର୍ବଦା ନିଜର ଶକ୍ତି ବିଷୟରେ କଥା ହୁଅନ୍ତି। ହେଲେ ବାରମ୍ବାର ସମ୍ବିଧାନ ବଦଳାଇବା ନେଇ କହୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହାନ୍ତି। ଏହି ନିର୍ବାଚନ ଦେଶର ଭବିଷ୍ୟତର ନିର୍ବାଚନ। ସମସ୍ତଙ୍କ ଅଧିକାରର ରକ୍ଷା କରିବାର ନିର୍ବାଚନ। ଦେଶର ଭବିଷ୍ୟତ ଲାଗି ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ। ଗଣତନ୍ତ୍ରର ରକ୍ଷା ପାଇଁ ଏକଜୁଟ୍‌ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: National