ନୂଆଦିଲ୍ଲୀ, ୮।୨: ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ୧୧ ରାଫାଲ ଯୁଦ୍ଧ ବିମାନ ମିଳିବ। ସେହିପରି ୨୦୨୨ ଏପ୍ରିଲ୍ ସୁଦ୍ଧା ଅନ୍ୟ ୧୭ଟି ରାଫାଲ ଭାରତ ଆସିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ରାଜ୍ୟ ସଭାରେ ସୂଚନା ଦେଇଛନ୍ତିି। ତେବେ ପ୍ରତିରକ୍ଷା କ୍ଷେତ୍ରରେ ସ୍ବଦେଶୀ ସରଞ୍ଜାମ ଉପରେ ଗୁରୁତ୍ୱାରୋପ କରାଯାଉଛି। ଆତ୍ମନିର୍ଭର ଭାରତ ଗଠନ ପାଇଁ ୧୦୧ ପ୍ରତିରକ୍ଷା ସାମଗ୍ରୀକୁ ବାହାର ଦେଶରୁ ଆମଦାନୀ ନ କରାଯାଇ ଏହାର ନିର୍ମାଣରେ ସ୍ବଦେଶୀ କମ୍ପାନୀଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଉଥିବା ରାଜନାଥ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଏଭଳି ସୂଚନା ଦେଇଛନ୍ତି।