Posted inଖେଳ

ଭାରତ ଆଜି ବ୍ରାଜିଲକୁ ଭେଟିବ

ଭୁବନେଶ୍ୱର, ୧୭।୧୦(କ୍ରୀଡ଼ା ପ୍ରତିନିଧି): ଚଳିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଭୁବନେଶ୍ୱର ପର୍ଯ୍ୟାୟ ସୋମବାର ଶେଷ ହେବ। କଳିଙ୍ଗ ଷ୍ଟାଡିୟମରେ ୨ଟି ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ଦିନ ପ୍ରଥମ ମ୍ୟାଚ୍‌ ଚିଲି ଓ ନାଇଜେରିଆ ମଧ୍ୟରେ ଅପରାହ୍ନ ୪ଟା ୩୦ରେ ଅନୁଷ୍ଠିତ ହେବ। ସେହିପରି ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ଦକ୍ଷିଣ ଆମେରିକାର ପାଓ୍ବାର ହାଉସ୍‌ ବ୍ରାଜିଲକୁ ଭେଟିବ ଭାରତ। ଆୟୋଜକ ଦଳ ଭାବେ ପ୍ରଥମଥର ପାଇଁ ବିଶ୍ୱକପ୍‌ ଖେଳିବାକୁ ସୁଯୋଗ ପାଇଥିବା ଭାରତ ଗ୍ରୁପ୍‌ ‘ଏ’ରେ ଏହାର ପ୍ରଥମ ୨ଟି ମ୍ୟାଚ୍‌ ହାରି କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଛି।

ସ୍ବିଡେନ୍‌ର ଥୋମାସ ଡେନର୍ବିଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳ ପ୍ରଥମ ମ୍ୟାଚ୍‌ରେ ଆମେରିକାଠାରୁ ଶୋଚନୀୟ ଭାବେ ୦-୮ ଗୋଲରେ ହାରିବା ପରେ ଦ୍ୱିତୀୟ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ ହେଁ ମର୍‌କ୍କୋଠାରୁ ୦-୩ ଗୋଲରେ ପରାଜିତ ହୋଇଥିଲା। ଭାରତ ଏହି ପ୍ରତିଯୋଗିତାରେ କେବଳ ପରାଜିତ ହୋଇନାହିଁ ଗୋଟିଏ ହେଲେ ଗୋଲ ମଧ୍ୟ ସ୍କୋର କରିବାରେ ସକ୍ଷମ ହୋଇନାହିଁ। ତେଣୁ ଫୁଟ୍‌ବଲ ସଂସ୍କୃତିସମ୍ପନ୍ନ ଦେଶ ବ୍ରାଜିଲର ଖେଳାଳିଙ୍କୁ ମୁକାବିଲା କରିବା ନିଶ୍ଚିତ କଷ୍ଟକର ହେବ।

ପୂର୍ବରୁ ଏପରି ଏକ ବଡ଼ ଟୁର୍ନାମେଣ୍ଟରେ ଖେଳିବାର ଅଭିଜ୍ଞତା ନ ଥିବାରୁ ଭାରତୀୟ ଦଳ ଶକ୍ତିଶାଳୀ ଦଳ ଆମେରିକା ବିପକ୍ଷରେ ଅତ୍ୟନ୍ତ ଅସହାୟ ମନେହୋଇଥିଲା। ସେମାନଙ୍କ ସ୍ପିଡ୍‌, ଷ୍ଟାମିନା ଓ ଟେକ୍ନିକ୍‌ ତୁଳନାରେ ଭାରତୀୟ ଖେଳାଳି ବହୁ ପଛରେ ପଡ଼ିଯାଇଥିଲେ। ଗୋଟିଏ ଦୁଇଟି ଗୋଲ ହେବା ପରେ ଘରୋଇ ଖେଳାଳିମାନେ ନର୍ଭସ ହୋଇପଡ଼ିଥିଲେ। ଫଳରେ ସେଥିରୁ ଶେଷପର୍ଯ୍ୟନ୍ତ ମୁକୁଳି ପାରି ନ ଥିଲା ଡେନର୍ବିଙ୍କ ଦଳ। ପୂର୍ବ ମ୍ୟାଚ୍‌ର ତ୍ରୁଟିରୁ ଦଳ ଅନେକ କିଛି ଶିକ୍ଷାଲାଭ କରିଛି। ବ୍ରାଜିଲ ବିପକ୍ଷ ମ୍ୟାଚ୍‌ ମଧ୍ୟ ପିଲାମାନଙ୍କୁ ଅନେକ ଅଭିଜ୍ଞତା ଦେବ। ତେବେ ଦୃଢ଼ ରକ୍ଷଣଭାଗ ସହିତ ଭାରତ ଶକ୍ତିଶାଳୀ ବ୍ରାଜିଲକୁ ମୁକାବିଲା କରିବାକୁ ଯିବ। ଶେଷ ମ୍ୟାଚ୍‌ରେ ଦଳ ନିଶ୍ଚିତ ପ୍ରଦର୍ଶନର ଛାପ ଛାଡ଼ିବ ବୋଲି ଡେନର୍ବି ଆଶା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ବ୍ରାଜିଲ ମଧ୍ୟ ପ୍ରତିଷ୍ଠା ଅନୁସାରେ ପ୍ରଦର୍ଶନ କରି ପାରିନାହିଁ। ଦଳ ୨ଟି ମ୍ୟାଚ୍‌ରେ ମାତ୍ର ଗୋଟିଏ ଲେଖାଏ ଗୋଲ ଦେବାରେ ସକ୍ଷମ ହୋଇଛି। ବିଶେଷକରି ମର୍‌କ୍କୋ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଦଳ ବିଜୟ ହାସଲ କରିଥିଲେ ହେଁ ସ୍କୋର ଲାଇନ୍‌ ମାତ୍ର ୧-୦ ରହିଥିଲା। ଆମେରିକା ବିପକ୍ଷ ମ୍ୟାଚ୍‌କୁ ୧-୧ ଗୋଲରେ ଡ୍ର ରଖିଥିବାରୁ ଦଳର କ୍ୱାର୍ଟର ଫାଇନାଲ ପ୍ରବେଶ ଆଶା ଉଜ୍ଜୀବିତ ରହିଛି। ଭାରତକୁ ହରାଇ ପାରିଲେ ଏହି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ୟିବ। ଭାରତ ପ୍ରଥମ ଏବଂ ବ୍ରାଜିଲ ୬ଷ୍ଠ ଥରପାଇଁ ଏହି ବିଶ୍ୱକପ ଖେଳୁଛି।
ସୋମବାର ରାତି ୮ଟାରେ ଗୋଆର ମାର୍ଗାଓରେ ଆମେରିକା ଓ ମର୍‌କ୍କୋ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ର ମଧ୍ୟ ବହୁ ଗୁରୁତ୍ୱ ରହିଛି। ଆମେରିକା ଯଦି ବିଜୟ ହାସଲ କରେ ତେବେ ପରବର୍ତ୍ତୀ ପର୍ଯ୍ୟାୟକୁ ଥ୍ରୁ କରିବ। ଡ୍ର ରଖିଲେ ବି ଆଗକୁ ବଢ଼ିବ। ମାତ୍ର ମର୍‌କ୍କୋ ଯଦି କୌଣସି ପ୍ରକାରେ ଏହି ମ୍ୟାଚ୍‌ ଯିତିଯାଏ ଏବଂ ଏପଟେ ଭାରତକୁ ବ୍ରାଜିଲ ହରାଇଦିଏ ତେବେ ଆମେରିକାର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ଶେଷ ହୋଇଯିବ। ତେବେ ଏପରି ସମ୍ଭାବନା ଖୁବ୍‌ କ୍ଷୀଣ। କାରଣ ଏପର୍ଯ୍ୟନ୍ତ ଆମେରିକା ଯେପରି ପ୍ରଦର୍ଶନ କରିଆସିଛି ମର୍‌କ୍କୋ ବିପକ୍ଷ ମ୍ୟାଚ୍‌ରେ ଫେଭରାଇଟ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri