Categories: ଖେଳ

ଭାରତ ଆଜି ଇଂଲଣ୍ଡକୁ ଭେଟିବ

ଗୁଆହାଟି, ୩୦।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ବିଭିନ୍ନ ଦଳର ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅଂଶଗ୍ରହଣକାରୀ ଦଳ ଗୁଡ଼ିକ ଭାରତରେ ପହଞ୍ଚତ୍ ଓ୍ବାର୍ମଅପ୍‌ ମ୍ୟାଚରେ ନିଜ ଦକ୍ଷତା ପରଖୁଛନ୍ତି। ଭାରତ ଏହାର ପ୍ରଥମ ଓ୍ବାର୍ମଅପ୍‌ ମ୍ୟାଚ ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳିବ। ଇଂଲଣ୍ଡ ହେଉଛି ଗତଥରର ଚାମ୍ପିୟନ। ତେଣୁ ଟିମ୍‌ ଇଣ୍ଡିଆ ଏହି ମ୍ୟାଚରେ ନିଜର ଅଭ୍ୟାସକୁ ଚୂଡ଼ାନ୍ତ ରୂପଦେବ। ଓ୍ବାର୍ମଅପ୍‌ ମ୍ୟାଚ ଅଫିସିଆଲ ମର୍ଯ୍ୟଦା ପାଉ ନ ଥିବାରୁ ଏଥିରେ ଦଳ ଗୁଡ଼ିକ ଆବଶ୍ୟକ ଅନୁସାରେ ଅଧିକ ଖେଳାଳି ଖେଳାଇବା ନିୟମ ରହିଛି। ତେଣୁ ଏଥିରେ ଉଭୟ ଦଳ ଏକାଧିକ ଖେଳାଳିଙ୍କୁ ପରୀକ୍ଷା କରିପାରିବେ।
ଜନି ବେୟାରଷ୍ଟୋ, ଜୋସ ବଟଲର, ଦାଓ୍ବିଦ ମଲନ, ବେନ୍‌ ଷ୍ଟୋକ୍ସ, ହାରି ବ୍ରୁକ୍‌, ଲିଆମ ଲିଭିଂଷ୍ଟୋନ ଓ ମୋଇନ୍‌ ଅଲୀଙ୍କୁ ନେଇ ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ୍‌ ଦୃଢ଼। ତେଣୁ ଭାରତୀୟ ବୋଲରମାନେ ଆଗାମୀ ମ୍ୟାଚରେ ନିଜର ଦକ୍ଷତା ମାପି ପାରିବେ। ବିଶେଷ କରି କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ନିଜକୁ ପରୀକ୍ଷା କରିପାରିବେ। ଆଶା କରାଯାଉଛି ଭାରତ ଏହି ମ୍ୟାଚରେ ସମସ୍ତ ବୋଲରଙ୍କୁ ଅଳ୍ପ କିଛି କିଛି ଓଭର ହେଉ ପଛେ ସୁଯୋଗ ଦେବ। ସେହିପରି ଇଂଲଣ୍ଡ ଅଧିନାୟକ ବଟଲର ହୁଅନ୍ତୁ କିମ୍ବା ନିର୍ଭରଯୋଗ୍ୟ ଷ୍ଟୋକ୍ସ ଭାରତୀୟ ବୋଲରଙ୍କ ବିପକ୍ଷରେ ନିଜକୁ ପରଖି ପାରିବେ। ବ୍ୟାଟିଂ ଦୃଢ଼ତା ହେଉଛି ଇଂଲଣ୍ଡର ମୁଖ୍ୟ ଶକ୍ତି। ସାମ୍‌ କୁରାନ ୮ ନମ୍ବରରେ ଏବଂ ଲଡର୍‌ସରେ ଭାରତୀୟ ବୋଲରଙ୍କୁ ଧୁେଇଲ କରି ଟେଷ୍ଟ ଶତକ ହାସଲ କରିଥିବା କ୍ରିସ୍‌ ଓ୍ବକ୍ସ ୯ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। ଏହି ଖେଳାଳିଙ୍କ ଉପସ୍ଥିତି ଦଳକୁ ବେଶ୍‌ ସନ୍ତୁଳିତ କରିଛି।
ବିଶ୍ୱକପରେ ଭାରତ ଶ୍ରେୟସ ଆୟରଙ୍କୁ ନା ଇଶାନ କିଶନଙ୍କୁ ନେଇ ଖେଳିବ ଏହାକୁ ନେଇ ବିତର୍କ ଲାଗି ରହିଛି। ଆୟର ମିଡିଲ ଓଭର ଗୁଡ଼ିକରେ ସ୍ପିନ୍‌ ବୋଲିଂକୁ ସଫଳତାର ସହ ମୁକାବିଲା କରି ଦିନିକିଆ ଇନିଂସ ଗଢ଼ିବାରେ ମାହିର। ତାଙ୍କ ରେକର୍ଡ ମଧ୍ୟ ଭଲ ଅଛି। ତେଣୁ ସେ ପ୍ଲେଇଂ ଇଲେଭେନରେ ରହିବାରେ ଅସୁବିଧା ନାହିଁ। ତେବେ ତାଙ୍କ ଇଞ୍ଜୁରି ସମୟରେ କିଶନ ପ୍ରତି ପୋଜିଶନରେ ନିଜକୁ ପ୍ରମାଣିତ କରିଛନ୍ତି। ଏହା ବାମହାତୀ ବ୍ୟାଟର ମିଳିଥିବା ପ୍ରତି ସୁଯୋଗର ସଦୁପଯୋଗ ମଧ୍ୟ କରିଛନ୍ତି।

Share