Categories: ଜାତୀୟ

ଇଞ୍ଚେ ଜମି ବି ଦେବ ନାହିଁ ଭାରତ: ରାଜନାଥ

ନୂଆଦିଲ୍ଲୀ,୧୧।୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତୀୟ ସେନା ଚାଇନା ସୈନ୍ୟ ବାହିନୀଙ୍କୁ କଡ଼ା ଜବାବ ଦେଇଛନ୍ତି। ଏ ସମ୍ପର୍କରେ ରାଜ୍ୟ ସଭାରେ ପ୍ରତିରକ୍ଷାମନ୍ତ୍ରୀ ପ୍ରକାଶ କରିଛନ୍ତି। ଗତବର୍ଷ ଚାଇନା ଏଲ୍‌ଏସିରେ ବିପୁଳ ପରିମାଣର ଗୋଳାବାରୁଦ ଠୁଳ କରୁଥିଲା। ତେବେ ଏବେ ଆଲୋଚନାର ସୁଫଳ ମିଳିବାକୁ ଯାଉଛି। ଦୁଇପକ୍ଷଙ୍କ ପୈଙ୍ଗାଙ୍ଗ୍‌ର ଉତ୍ତର ଏବଂ ଦକ୍ଷିଣ କୂଳରୁ ହଟିବା ପାଇଁ ରାଜି ହୋଇଥିବା ରାଜନାଥ କହିଛନ୍ତି। ଚାଇନା ଫିଙ୍ଗର ୮ରେ ନିଜର ସୈନ୍ୟଙ୍କୁ ରଖିପାରିବ। ଭାରତ ଇଞ୍ଚେ ଜମି କାହାକୁ ବି ଦେବ ନାହିଁ ବୋଲି ରାଜନାଥ କହିଛନ୍ତି। ଦେଶର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଭାରତୀୟ ସର୍ବଦା ପ୍ରସ୍ତୁତ। ଦୁଇପକ୍ଷ ନିଜନିଜର ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଯିବା ନେଇ ଭାରତ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି। ଏଠାରେ ହୋଇଥିବା ନିର୍ମାଣକୁ ଡଟାଇ ଦିଆଯିବ ଏବଂ ୨୦୨୦ ଏପ୍ରିଲ୍‌ ପୂର୍ବର ସ୍ଥିତି ପୁଣି ଲାଗୁ କରାଯିବା ନେଇ ଭାରତ ଏବଂ ଚାଇନା ମଧ୍ୟରେ ସହମତି ପ୍ରକାଶ ପାଇଥିବା ରାଜନାଥ କହିଛନ୍ତି। ଦେଶର ସୀମା ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ଶହୀଦ୍‌ଙ୍କୁ ଦେଶ ସର୍ବଦା ମନେ ରଖିବ ବୋଲି ସେ ପ୍ରକାଶ କରିଛନ୍ତି।

Share