Categories: ଜାତୀୟ

ସାଧାରଣତନ୍ତ୍ର ଦିବସରେ ଯୋଗଦେବେ ନାହିଁ ମୁଖ୍ୟ ଅତିଥି: ଏମ୍‌ଇଏ

ନୂଆଦିଲ୍ଲୀ,୧୪।୧: ଦେଶର ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହରେ କୌଣସି ମୁଖ୍ୟ ଅତିଥି ଯୋଗଦେବେ ନାହିଁ। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ବୈଦେଶିକ ମନ୍ତ୍ରଣାଳୟ (ଏମ୍‌ଇଏ)। ଗତ ୫୫ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ଘଟିବାକୁ ଯାଉଛି।

ଅନ୍ତିମ ଥର ୧୯୬୬ ମସିହା ସାଧାରଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ଯୋଗ ଦେଇ ନ ଥିଲେ । କାରଣ ସେହିବର୍ଷ ଜାନୁୟାରୀ ୨୪ ତାରିଖରେ ହଠାତ୍‌ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।

‘ ବିଶ୍ୱରେ ଚାଲିଥିବା କରୋନା ଭାଇରସ ପାଣ୍ଡେମିକ୍‌ ସ୍ଥିତି ଯୋଗୁ ଆଗାମୀ ସାଧାରଣତନ୍ତ୍ର ଦିବସ ଇଭେଣ୍ଟରେ କୌଣସି ମୁଖ୍ୟ ଅତିଥି ଯୋଗଦେବେ ନାହିଁ ’ ବୋଲି ଏମ୍‌ଇଏ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନଶନଙ୍କୁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ବ୍ରିଟେନରେ ଦେଖାଦେଇଥିବା ନୂଆ କରୋନା ଷ୍ଟ୍ରେନ ଯୋଗୁ ସେ ଏହି ଗସ୍ତକୁ ବାତିଲ କରିଦେଇଥିଲେ।

 

Share