Categories: ଜାତୀୟ

ମଣିପୁର ଘଟଣାକୁ ନେଇ ବର୍ଷିଲେ ରାହୁଲ: କହିଲେ ”ଇଣ୍ଡିଆ’ ଚୁପ୍‌ ରହିବ ନାହିଁ…’

ନୂଆଦିଲ୍ଲୀ,୨୦।୭: ଭାଜପା ଶାସିତ ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଏହି ପ୍ରସଙ୍ଗରେ ବିରୋଧୀ ମୋଦି ସରକାରଙ୍କୁ ଘେରୁଛନ୍ତି। ଦୀର୍ଘ ଅଢ଼େଇ ମାସ ଧରି ରାଜ୍ୟରେ ଜାତିଆଣ ହିଂସା ଲାଗି ରହିଥିବା ବେଳେ ଏଭଳି ସ୍ପର୍ଶକାତର ଘଟଣା ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ମଣିପୁରର ସ୍ଥିତିିକୁ ନେଇ ସେ କହିଛନ୍ତି, ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଭାରତର ବିଚାର ଉପରେ ଆକ୍ରମଣ ହୋଇଛି। ‘ଇଣ୍ଡିଆ’ ଚୁପ୍‌ ରହିବ ନାହିଁ।
ରାହୁଲ ମଧ୍ୟ ଟୁଇଟ୍‌ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଚୁପ୍‌ ରହିବା କାରଣରୁ ଏବଂ ନିଷ୍କ୍ରିୟତା ମଣିପୁରରେ ଅରାଜକତା ବ୍ୟାପିବାରେ ଲାଗିଛି। ରାଜ୍ୟରେ ଭାରତର ବିଚାର ଉପରେ ଆକ୍ରମଣ କରାଯାଉଛି। ଏଣୁ ‘ଇଣ୍ଡିଆ’ ଚୁପ୍‌ ରହିବ ନାହିଁ। ଆମେ ମଣିପୁର ଲୋକଙ୍କ ସହ ଅଛୁ। ଶାନ୍ତି ହିଁ ଆଗକୁ ବଢ଼ିବାର ଏକମାତ୍ର ରାସ୍ତା ବୋଲି ସେ କହିଛନ୍ତି।
Share