ଆଫଗାନିସ୍ତାନ ଲୋକଙ୍କୁ ରୋଜଗାର ଯୋଗାଇବ ଭାରତ

କାବୁଲ,୧ା୧୨: ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବାକୁ ଭାରତ ପୁଣି ଥରେ ଆଗଭର ହୋଇଛି। ତାଲିବାନ ସରକାର କହିଛନ୍ତି, ଯୁଦ୍ଧ ଦ୍ୱାରା ପ୍ରଭାବିତ ଦେଶର ଅନେକ ପ୍ରଦେଶରେ ଅତି କମ୍‌ରେ ୨୦ଟି ଅଟକି ରହିଥିବା ପ୍ରକଳ୍ପ ଉପରେ ଭାରତ କାର୍ଯ୍ୟ ଆରମ୍ଭ କରିବ। ଆଫଗାନିସ୍ତାନର ନଗର ଉନ୍ନୟନ ଓ ଗୃହ ମନ୍ତ୍ରଣାଳୟ (MUDH) ପକ୍ଷରୁ ଏହା କୁହାଯାଇଛି।

ଅର୍ଥନୀତିଜ୍ଞ କହିଛନ୍ତି, ଏହି ପଦକ୍ଷେପ ଆଫଗାନିସ୍ତାନରେ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ଏବଂ ବିକାଶକୁ ତ୍ୱରାନ୍ବିତ କରିବ। ଏହା ବ୍ୟତୀତ ଆଫଗାନିସ୍ତାନକୁ ରାଜନୈତିକ ବିଚ୍ଛିନ୍ନତାରୁ ମଧ୍ୟ ବାହାରକୁ ଆଣିପାରିବ।

Share