Categories: ଖେଳ

୨୦୧୧ର ସଫଳତା ଦୋହରାଇବ ଭାରତ

କୋଲକାତା, ୬ା୭: ଭାରତୀୟ ମହିଳା କ୍ରିକେଟ କିମ୍ବଦନ୍ତୀ ଝୁଲଣ ଗୋସ୍ବାମୀ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଟ୍ରଫି ଟୁର୍‌କୁ ସ୍ବାଗତ କରିଛନ୍ତି। ଗୁରୁବାର ଟ୍ରଫି ଟୁର୍‌ କୋଲକାତାରେ ପହଞ୍ଚିଥିବା ବେଳେ ଝୁଲଣ ଏହାକୁ ସ୍ବାଗତ କରିଥିଲେ। ଏହା ସହ ଭାରତୀୟ ଦଳ ୨୦୧୧ର ସଫଳତା ଦୋହରାଇବା ନେଇ ଝୁଲଣ କହିଥିଲେ। କୋଲକାତାସ୍ଥିତ ମଡର୍ନ ହାଇସ୍କୁଲରେ ଟ୍ରଫି ରହିଥିବା ବେଳେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଚଳିତ ବିଶ୍ୱପକରେ ଭାରତ ଘରୋଇ ଦର୍ଶକଙ୍କ ସମ୍ମୁଖରେ ସଫଳ ହେବ ବୋଲି ଝୁଲଣ ଆଶା ରଖିଛନ୍ତି। ଆଇସିସି ବିଶ୍ୱକପ୍‌ ଟ୍ରଫି ଟୁର୍‌ ଜୁନ୍‌ ୨୭ରୁ ଆରମ୍ଭ ହୋଇଛି। ଜୁଲାଇ ୧୪ ପର୍ଯ୍ୟନ୍ତ ଏହା ବିଭିନ୍ନ ସହର ଗସ୍ତ କରିବ। ପଶ୍ଚିମବଙ୍ଗ ପରେ ବିଶ୍ୱକପ୍‌ ଟ୍ରଫି କେରଳର ତ୍ରିଭେନ୍ଦ୍ରମ ଓ କୋଚି ଗସ୍ତ କରିବ। ଭାରତରେ ଟୁର୍‌ ସମାପ୍ତ ହେବା ପରେ କୁଏଟ୍‌, ବାହାରିନ, ମାଲେସିଆ, ଆମେରିକା, ନାଇଜେରିଆ, ଉଗାଣ୍ଡା, ଫ୍ରାନ୍ସ, ଇଟାଲୀ ପରି ୧୮ଟି ଦେଶରେ ଏହି ଟ୍ରଫି ଟୁର୍‌ ଅନୁଷ୍ଠିତ ହେବ।

Share