Categories: ଜାତୀୟ

‘ଭାରତ ସବୁବେଳେ ଆଫଗାନିସ୍ତାନ ସହ ଛିଡା ହୋଇଛି’

ନୂଆଦିଲ୍ଲୀ,୨୮।୫: ଆଫଗାନିସ୍ତାନର ଲୋକଙ୍କ ସହ ଭାରତର ସ୍ବତନ୍ତ୍ର ସମ୍ପର୍କ ରହିଛି ଆଗକୁ ମଧ୍ୟ ରହିବ ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି । ଆଫଗାନିସ୍ତାନ ପ୍ରସଙ୍ଗରେ ତାଜିକିସ୍ତାନରେ ଆୟୋଜିତ ୪ର୍ଥ ଆଞ୍ଚଳିକ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଡୋଭାଲ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ଆଫଗାନିସ୍ତାନ ପ୍ରତି ଭାରତର ଆଭିମୁଖ୍ୟ କେବେ ବି ପରିବର୍ତ୍ତନ ହେବ ନାହିଁ। ଭାରତ ସବୁବେଳେ ଆଫଗାନିସ୍ତାନକୁ ସହଯୋଗର ହାତ ବଢାଇଛି। ଆଫଗାନ ସହ ଭାରତର ଐତିହାସିକ ଓ ସଭ୍ୟତାର ସମ୍ପର୍କ ରହିଛି। ଭାରତ ସବୁବେଳେ ଆଫଗାନର ଲୋକଙ୍କ ସହ ଛିଡା ହୋଇଛି। ୫୦ ହଜାର ମେଟ୍ରିକ ଟନ୍‌ର ଗହମ ଆଫଗାନକୁ ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଭାରତ ସରକାର । ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଦେଇ ଭାରତ ୧୭ ହଜାର ମେଟ୍ରିକ ଟନ୍‌ ଗହମ କାବୁଲ ପଠାଇଛି। ଏହାସହ ୫ ଲକ୍ଷ ଡୋଜ କୋଭାକ୍ସିନ, ଶୀତରୁ ସୁରକ୍ଷା ପାଇଁ ଆବଶ୍ୟକ କପ ଓ ୬୦ ମିଲିୟନ ଡୋଜ୍‌ ପୋଲିଓ ଟିକା ଆଫଗାନିସ୍ତାନକୁ ପଠାଯାଇଛି। ମାନବାଧିକାରର ସୁରକ୍ଷା ସହ ଜୀବନ ଧାରଣର ଅଧିକାରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଡୋଭାଲ।

Share