କାନାଡାରେ ଆସନ୍ତାକାଲିଠାରୁ ଭିଜା ସେବା ଆରମ୍ଭ କରିବ ଭାରତ

ଓଟାଓ୍ବା,୨୫ା୧୦: କାନାଡାବାସୀଙ୍କ ପାଇଁ ଭାରତ ଭିଜା ସେବା ଆରମ୍ଭ କରିବ। ଗୁରୁବାରଠାରୁ ଏହା ଜାରି କରିବ ବୋଲି କାନାଡାର ହାଇ କମିଶନ ବୁଧବାର କହିଛନ୍ତି।

ସେପ୍ଟେମ୍ବର ୨୧ରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଏହି ସେବା ବନ୍ଦ ହେବାର ଏକ ମାସ ପରେ କାନାଡାରେ ଭାରତୀୟ ହାଇ କମିଶନଙ୍କ ଦ୍ୱାରା ଭିଜା ସେବା ପୁନଃ ଆରମ୍ଭ ହେବ।

ଜାରି କରାଯାଇଥିବା ଏକ ବିବୃତ୍ତିରେ ଓଟାଓ୍ବାରେ ଥିବା ଭାରତୀୟ ହାଇ କମିଶନର କହିଛନ୍ତି, ପ୍ରବେଶ, ବ୍ୟବସାୟ, ଚିକିତ୍ସା ଏବଂ ସମ୍ମିଳନୀ ଭିଜା ପାଇଁ ଏହି ସେବା ପୁନଃ ଆରମ୍ଭ ହେବ। ଜରୁରୀକାଳିନ ପରିସ୍ଥିତି ପାଇଁ ଭିଜା ହାଇ କମିଶନ ଏବଂ କନସୁଲେଟଙ୍କ ଦ୍ୱାରା ଜାରି ରହିବ।

Share