Categories: ଜାତୀୟ

ପାକିସ୍ତାନକୁ ସମନ କରିବ ଭାରତ

ନୂଆଦିଲ୍ଲୀ,୧୪ା୧୧: ଏଲଓସିରେ ଅସ୍ତ୍ର ବିରତି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକିସ୍ତାନର ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ଶହୀଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ କରାଯିବ।

ରିପୋର୍ଟ ଅନୁଯାୟୀ, ବୈଦେଶିକ ମନ୍ତ୍ରଣାଳୟ(ଏମଇଏ)ର ପିଏଆଇ(ପିଏଆଇ ପାକିସ୍ତାନ, ଆଫଗାନିସ୍ତାନ, ଇରାନ ଡେସ୍କ) ଯୁଗ୍ମ ସଚିବ ଜେପି ସିଂହ ଏ ନେଇ ପାକିସ୍ତାନ ହାଇକମିଶନଙ୍କ ନିକଟରେ ଦୃଢ଼ ଅଭିଯୋଗ କରିବେ। ପାକିସ୍ତାନ ହାଇକମିଶନଙ୍କ ପକ୍ଷରୁ ମିଳିଥିବା ଖବର ଅନୁସାରେ ପାକିସ୍ତାନ କାଉନସିଲର ଜଓ୍ବାଦ ଅଲ୍ଲୀ ଏମଇଏର ଏହି ବୈଠକରେ ଯୋଗ ଦେବେ।

ଶୁକ୍ରବାର ପାକିସ୍ତାନ ସେନା ଜମ୍ମୁ-କାଶ୍ମୀର ଏଲଓସିରରେ ଉରି ଠାରୁ ଗୁରେଜ ପର୍ଯ୍ୟନ୍ତ ଏକାଧିକ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା। ଏଥିରେ ଭାରତର ୩ ଯବାନ ଶହୀଦ ହୋଇଥିବା ବେଳେ ୪ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ଯାହାର ଦୃଢ଼ ଜବାବ ଦେଇଥିଲା ଭାରତ।

Share