Posted inଖେଳ

ଆୟର୍ଲାଣ୍ଡ ବିପକ୍ଷରେ ଭାରତ ବିଜୟୀ

ରାଜକୋଟ, ୧୧।୧: ପ୍ରତିକା ରାଓ୍ବଲ ଓ ତେଜାଲ ହସବନିସଙ୍କ ଶତକୀୟ ଭାଗୀଦାରି ବଳରେ ଭାରତ ଶୁକ୍ରବାର ଅନୁଷ୍ଠିତ ମହିଳା ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଅଧିନାୟିକା ଗାବି ଲିଓ୍ବିସଙ୍କ ୯୨ ରନ ବଳରେ ଆୟର୍ଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ ୨୩୮ ରନ କରିଥିଲା। ଜବାବରେ ଭାରତ ପ୍ରତିକା ରାଓ୍ବଲଙ୍କ ୮୯ ରନ ସହାୟତାରେ ୩୪.୩ ଓଭରରେ ୪ ଉଇକେଟ ହରାଇ ୨୪୧ ରନ ସଂଗ୍ରହ କରି ନେଇଥିଲା। କ୍ୟାରିୟର ଶ୍ରେଷ୍ଠ ଇନିଂସ ପାଇଁ ପ୍ରତିକା ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ଫଳରେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି।
ଟପ୍‌ ଅର୍ଡରର ୪ ବ୍ୟାଟର ଫେଲ୍‌ ମାରିଥିଲେ ମଧ୍ୟ ଲିଓ୍ବିସଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ଆୟର୍ଲାଣ୍ଡ ଏକ ସମ୍ମାନଜନକ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଲିଓ୍ବିସ ନିଜ ୯୨ ରନ ଇନିଂସ ମଧ୍ୟରେ ୧୫ ଚୌକା ମାରିଥିଲେ। ଲୋୟର ଅର୍ଡରରେ ଲିଆ ପଲ୍‌ ୫୯ ଓ ଆର୍ଲେନେ କେଲି ୨୮ ରନର ଉପଯୋଗୀ ଯୋଗଦାନ ଦେଇଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ପ୍ରିୟା ମିଶ୍ର ୨ଟି ଏବଂ ଟିଟାସ ସାଧୁ, ସାୟାଲି ସତଘରେ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୩୯ ରନ ବିଜୟ ଲକ୍ଷ୍ୟନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଅଧିନାୟିକା ସ୍ମୃତି ମନ୍ଧାନା ଓ ପ୍ରତିକା ରାଓ୍ବଲଙ୍କ ସହାୟତାରେ ଦୃଢ଼ ଭିତ୍ତି ପ୍ରକାଇଥିଲା। ଓପନିଂ ଯୋଡ଼ିରେ ଦୁହେଁ ୭୦ ରନ ଯୋଗ କରିବାପରେ ମନ୍ଧାନା ୨୯ ବଲ୍‌ରୁ ୪୧ ରନକରି ଆଉଟ ହୋଇଥିଲେ। ଏହି ଅବସରରେ ମନ୍ଧାନା ଦ୍ୱିତୀୟ ଭାରତୀୟ ଏବଂ ଓଭରଅଲ୍‌ ୧୫ଶ ମହିଳା ଭାବେ ଦିନିକିଆରେ ୪୦୦୦ ରନ ଅତିକ୍ରମ କରିଥିଲେ। ଭାରତର ମିଥାଲି ରାଜ ୭୮୦୫ ରନକରି ଏହି ତାଲିକାର ଶୀର୍ଷରେ ରହିଛନ୍ତି। ସ୍ମୃତିଙ୍କ ବିଦାୟ ପରେ ମିଡିଲ ଅର୍ଡରରେ ମିନି ବିପର୍ଯ୍ୟୟ ଘଟିଥିଲେ ମଧ୍ୟ ପ୍ରତିକା ଓ ତେଜାଲ ୫ମ ଉଇକେଟରେ ୮୪ ବଲ୍‌ରୁ ଦ୍ରୁତ ୧୧୬ ରନର ଭାଗୀଦାରି ଗଢ଼ି ଭାରତ ବିଜୟକୁ ସହଜ କରି ଦେଇଥିଲେ। ପ୍ରତିକା ୮୯ (୧୦ ଚୌକା, ୧ ଛକା) ରନକରି ଆଉଟ ହୋଇଥିବାବେଳେ ତେଜାଲ ୫୩ (୪୬ ବଲ, ୯ ଚୌକା) ଅପରାଜିତ ରହିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ଆମି ମାଗ୍ୟୁରେ ୩ଟି ଓ ପ୍ରିୟା ସର୍ଗେଣ୍ଟ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଆୟର୍ଲାଣ୍ଡ ୫୦ ଓଭରରେ ୨୩୮/୭ (ଗାବି ଲିଓ୍ବିସ-୯୨, ଲିଆ ପଲ୍‌-୫୯, ପ୍ରିୟା ମିଶ୍ର-୨/୫୬, ଟିଟାସ ସାଧୁ-୧/୪୮, ସାୟାଲି ସତଘରେ-୧/୪୩, ଦୀପ୍ତି ଶର୍ମା-୧/୪୧)। ଭାରତ ୩୪.୩ ଓଭରରେ ୨୪୧/୪ (ପ୍ରତିକା ରାଓ୍ବଲ-୮୯, ତେଜାଲ ହସବନିସ-୫୩*, ସ୍ମୃତି ମନ୍ଧାନା-୪୧, ଆମି ମାଗ୍ୟୁରେ-୩/୫୭, ପ୍ରିୟା ସର୍ଗେଣ୍ଟ-୧/୩୮)।


Enter your email to get our daily news in your inbox.

All Right Reserved By Dharitri.Com

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌...

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।...

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଛାତ୍ରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଆତ୍ମରକ୍ଷା ତାଲିମ ଶିବିର  ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷିକା ଜ୍ୟୋତ୍ସ୍ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image