ଜାକର୍ତ୍ତା,୧।୬: ଇଣ୍ଡୋନେସିଆରେ ଚାଲିଥିବା ଏସିଆ କପ୍ ହକିରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ବୁଧବାର ଜାକର୍ତ୍ତାରେ ଖେଳାଯାଇଥିବା ମ୍ୟାଚ୍ରେ ଭାରତ ଜାପାନକୁ ୧-୦ ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଭାରତ ପକ୍ଷରୁ ଏକମାତ୍ର ଗୋଲ ରାଜ କୁମାର ପାଲ୍ ଦେଇଥିଲେ।
ରାଜକୁମାର ପାଲ ପ୍ରଥମ କ୍ୱାର୍ଟରରେ ପ୍ରାରମ୍ଭରେ ଭାରତକୁ ଅଗ୍ରଣୀ ଦେଇଥିଲେ। ଜାପାନର ୭ଟି ପେନାଲ୍ଟି କର୍ଣ୍ଣର ଥିବାବେଳେ ଭାରତର ମାତ୍ର ଦୁଇଟି ଥିଲା। କିନ୍ତୁ ଭାରତ ଏସିଆ କପରେ ଦ୍ୱିତୀୟ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲା। ସ୍ବର୍ଣ୍ଣ ପଦକ ମୁକାବିଲା ପାଇଁ କୋରିଆ ଏବଂ ମାଲେସିଆ ମଧ୍ୟରେ ଖେଳାଯିବ।