Categories: ଖେଳ

ଅଭ୍ୟାସ ମ୍ୟାଚ୍‌ରେ ଭାରତ ବିଜୟୀ…

ମେଲବୋର୍ନ,୧୭।୧୦ : ଟି -୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ, ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳିବାକୁ ପଡିବ। ଏହି ଧାରାରେ ସୋମବାର ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନର ଦ ଗାବା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଅଭ୍ୟାସ ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତୀୟ ଦଳ ୬ ରନରେ ବିଜୟୀ ହୋଇଛି।

ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୮୬ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୧୮୭ ରନ ରହିଥିଲା। ଧାର୍ଯ୍ୟ ରନର ପିଛା କରି ଅଷ୍ଟ୍ରେଲିଆ ୧୦ ଓ୍ବିକେଟରେ ୧୮୦ ରନ ସଂଗ୍ରହ କରିଥିଲା।

Share