Categories: ଖେଳ

ବାଜି ପଲଟାଇ ଦେଲେ ସୂର୍ଯ୍ୟକୁମାର, ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ କ୍ଲିନ୍‌ ସୁଇପ୍‌ କଲା ଭାରତ

ନୂଆଦିଲ୍ଲୀ, ୩୧।୦୭: ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ । ପ୍ରଥମ ମ୍ୟାଚ୍‌ରୁ ଶାନ୍‌ଦାର ପ୍ରଦର୍ଶନ କରିଆସିଥିବା ଭାରତୀୟ ଟିମ୍‌ ଶେଷ ମ୍ୟାଚ୍‌ରେ ମଧ୍ୟ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି କ୍ଲିନ୍‌ ସୁଇପ୍‌ରେ ଭାରତୀୟ ଟିମ୍‌ର କ୍ୟାପ୍ଟେନ୍‌ ସୂର୍ଯ୍ୟକୁମାର ଯାଦବ ଟ୍ରଫି ରିୟାନ ପରାଗ ଏବଂ ରିଙ୍କୁ ସିଂକୁ ଦେଇ ଦେଇଥିଲେ । କାରଣ ଏହି ଦୁଇ ଖେଳାଳି ବୋଲିଂରେ ନିଜର ଜଲୱା ଦେଖାଇଥିଲେ ।

ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ ତୃତୀୟ ବିଜୟ ହାସଲ କରି ଭାରତ ଟି-୨୦ ସିରିଜ କବ୍‌ଜା କରିଛି। ଶେଷ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୧୩୭ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଆୟୋଜକ ଦଳ ମଧ୍ୟ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ କରି ମ୍ୟାଚ୍‌ ଡ୍ର କରିଥିଲା। ଫଳରେ ମ୍ୟାଚ ସୁପର ଓଭରରେ ପହଞ୍ଚିଥିଲା । ଯେଉଁଥିରେ ଭାରତ ଜିତିଥିଲା। କ୍ୟାପ୍‌ଟେନ ସୂର୍ଯ୍ୟକୁମାର ଯାଦବ ୱାଶିଂଟନ ସୁନ୍ଦରଙ୍କୁ ସୁପର ଓଭର ବୋଲିଂ କରିବାର ପାଇଁ ଦେଇଥିଲେ ଏବଂ ସେ କୁସାଲ ପେରେରା ଏବଂ ପୃଥ଼୍ବ ନିଶଙ୍କାଙ୍କୁ ଆଉଟ୍‌ କରି ଭାରତ ପାଇଁ ମାତ୍ର ୩ ରନ୍‌ର ଲକ୍ଷ୍ୟ ରଖିଥିଲେ। ଯାହାକି ଭାରତ ସୁପର ଓଭରର ପ୍ରଥମ ବଲ୍‌ରେ ହିଁ ଚୌକା ମାରି ଜିତି ନେଇଥିଲା ।

Share