Categories: ଖେଳ

ଇଣ୍ଡିଆ-ଜିମ଼୍ବାୱେ ମ୍ୟାଚ୍‌: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲେ ଶୁଭମନ୍‌ ଗିଲ୍‌

ହରାରେ, ୭।୭: ଭାରତୀୟ ଟିମ୍‌ ଏବଂ ଜିମ଼୍ବାୱେ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଆଜି ଦ଼୍ବିତୀୟ ଦିନ । ଏହି ମ୍ୟାଚ୍‌ ହରାରେ ସ୍ପୋଟର୍‌ସ କ୍ଲବ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଛି । ଭାରତୀୟ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଶୁଭମନ୍‌ ଗିଲ୍‌ । ଏହି ମ୍ୟାଚ୍‌ରେ ପ୍ଲେଇଂ -୧୧ ରେ ବଡ଼ ପରିବର୍ତ୍ତନ କରିଛନ୍ତି ଗିଲ୍‌ । ପେସ୍‌ ବୋଲର ଖଲିଲ ଅହମ୍ମଦଙ୍କୁ ଆଜିର ମ୍ୟାଚ୍‌ରୁ ବାହାର କରାଯାଇଛି । ତାଙ୍କ ସ୍ଥାନରେ ବ୍ୟଟ୍‌ସ ମ୍ୟାନ୍‌ ସାଇ ସୁଦର୍ଶନଙ୍କୁ ସୁଯୋଗ ମିଳିଛି । ଅର୍ଥାତ ବ୍ୟାଟିଂକୁ ମଜବୁତ୍‌ କରିଛନ୍ତି ଗିଲ୍‌ ।

ସୂଚନା ଥାଉକି, ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ଭାରତ ୧୩ ରନ୍‌ରେ ହାରି ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାଓ୍ବେ ୨୦ ଓଭରରେ ୯ ଉଇକେଟ ହରାଇ ୧୧୫ ରନ୍‌ କରିଥିଲା। ଜବାବରେ ଭାରତ ୧୯.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୦୨ ରନ୍‌ କରିଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା, ରିୟାନ ପରାଗ ଓ ଧ୍ରୁବ୍‌ ଜୁରେଲ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ଅଭିଷେକ ଓ ରିୟାନଙ୍କ ପାଇଁ ଏହା ଅନ୍ତର୍ଜାତୀୟ ପଦାର୍ପଣ ହୋଇଥିବା ବେଳେ ଧ୍ରୁବ ଆଗରୁ ଟେଷ୍ଟ ଖେଳି ସାରିଛନ୍ତି।

Share