Categories: ଖେଳ

ଟସ ଜିତିଲା ଭାରତ: ଖେଳୁଛନ୍ତି କୋହଲି

ଇନ୍ଦୋର,୧୪।୧:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ମୋହାଲିରେ ପ୍ରଥମ ଟି -୨୦ ଜିତିଥିଲା। ଏହି ମ୍ୟାଚ ଜିତିବା ଏବଂ ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଭାରତ ନଜର ରଖିଛି।
ଦୁଇଟି ପରିବର୍ତ୍ତନ ସହିତ ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରବେଶ କରିଛ। ଶୁଭମାନ ଗିଲ ଏବଂ ତିଳକ ବର୍ମାଙ୍କ ସ୍ଥାନରେ ବିରାଟ କୋହଲି ଏବଂ ଯଶସ୍ବୀ ଜୟସ୍ବାଲଙ୍କୁ ଦଳରେ ସାମିଲ କରାଯାଇଛି।

Share