Categories: ଖେଳ

ଟସ୍‌ ଜିତିଲା ଭାରତ, ବୋଲିଂ ନିଷ୍ପତ୍ତି…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ ଦିବସୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବୋଲିଂ କରିବାକୁ ଟିମ୍‌ ଇଣ୍ଡିଆ ସହିତ ପଡ଼ିଆକୁ ଓହ୍ଲାଇଛନ୍ତି। ସେହିପରି ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲରଙ୍କ ନେତୃତ୍ୱରେ ତାଙ୍କ ଦଳ ବ୍ୟାଟିଂ ଆରମ୍ଭ କରିଛି।

ଇଂଲଣ୍ଡ ଦଳରେ ଜୋସ ବଟଲର୍‌ (ଅଧିନାୟକ ଓ୍ବିକେଟ କିପର), ଜେସନ ରୟ, ଜନି ବେୟାରଷ୍ଟୋ, ଜୋ ରୁଟ, ଲିଆମ ଲିଭିଙ୍ଗଷ୍ଟୋନ, ବେନ ଷ୍ଟୋକ୍ସ, ମୋଏନ ଅଲି, ଡେଭିଡ ୱିଲି, ବ୍ରାଇଡନ କାର୍ସେ, ମାଥ୍ୟୁ ପାର୍କିନ୍ସନ, ରିସ ଟୋପଲି, କ୍ରେଗ ଓଭରଟନ, ସାମ କୁରାନ, ଫିଲିପ ସଲ୍ଟ, ହ୍ୟାରି ବ୍ରୁକ ପ୍ରମୁଖ ଖେଳୁଥିବାବେଳେ ଟିମ୍‌ ଇଣ୍ଡିଆରେ ରୋହିତ ଶର୍ମା (ଅଧିନାୟକ),ରିଷଭ ପନ୍ତ (ଓ୍ବିକେଟ କିପର), ଶିଖର ଧାୱନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ଯୁଜଭେନ୍ଦ୍ର ଚହଲ, ଅକ୍ଷର ପଟେଲ, ଶ୍ରେୟଶ ଇୟର, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ପ୍ରମୁଖ ଖେଳୁଛନ୍ତି।

Share