Categories: ଖେଳ

ଦିନିକିଆ ଫର୍ମାଟରେ ଭାରତର ତୃତୀୟ ବୃହତ ବିଜୟ, ବାଲାଂଦେଶକୁ ୨୨୭ରନ୍‌ରେ ହରାଇଲା…

ନୂଆଦିଲ୍ଲୀ,୧୦।୧୨: ଭାରତ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍‌ରେ ବାଲାଂଦେଶକୁ ଶୋଚନୀୟ ଭାବେ ପରାଜିତ କରିଛି। ୨୨୭ରନ୍‌ ବ୍ୟବଧାନରେ ଦଳ ବିଜେତା ହୋଇଛି। ଦିନିକିଆ ଫର୍ମାଟରେ ଏହା ଭାରତର ତୃତୀୟ ବଡ଼ ବିଜୟ ବୋଲି କୁହାଯାଉଛି।

ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ସିରିଜ ଉପରେ କବ୍ଜା କରିଥିଲା ବାଲାଂଦେଶ। ଏଣୁ ତୃତୀୟ ମ୍ୟାଚ୍‌ ଭାରତ ଲାଗି ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ମ୍ୟାଚ୍‌ରେ ଦଳ ପକ୍ଷରୁ ଇଶାନ କିଶନ ଏବଂ ବିରାଟ କୋହଲି ବିସ୍ଫୋରକ ବ୍ୟାଟିଂ କରି ବିରୋଧୀ ଟିମ୍‌କୁ ୪୧୦ରନ୍‌ର ଟାର୍ଗେଟ ଦେଇଥିଲେ। ହେଲେ ୧୮୨ ସ୍କୋରରେ ବାଲାଂଦେଶ ଟିମ୍‌ ଅଲଆଉଟ ହୋଇଥିଲା।

Share