Categories: ଖେଳ

ଟେବୁଲ୍‌ ଟେନିସ୍‌ରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳି। ଏଥିଯୋଗୁ କ୍ରମାଗତ ଭାବେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଉଛି। ମଙ୍ଗଳବାର ଭାରତୀୟ ଲନ୍‌ ବଲ୍‌ ମହିଳା ଟିମ୍‌ ପରେ ଭାରତର ଟେବୁଲ୍‌ ଟେନିସ୍‌ ପୁରୁଷ ଦଳ ମଧ୍ୟ ସ୍ବର୍ଣ୍ଣ ଜିତିଛି। ଟେବୁଲ୍‌ ଟେନିସ ପୁରୁଷ ଦଳ ଫାଇନାଲ ଇଭେଣ୍ଟରେ ସିଙ୍ଗାପୁରକୁ ୩-୧ରେ ପରାସ୍ତ କରି ଭାରତୀୟ ଟିମ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭେଟେରାନ ଟେବୁଲ ଟେନିସ ପ୍ଲେୟାର ଶରତ କମଲଙ୍କ ବ୍ୟତୀତ ଜି ସାଥିଆନ୍‌ ଏବଂ ହରମିତ ଦେଶାଇ ଜବରଦସ୍ତ ପ୍ରଦର୍ଶନ କରିଥିଲେ।

Share