Categories: ଖେଳ

ମିକ୍ସ ଡବଲ୍ସ ସ୍କ୍ବାସରେ ଭାରତକୁ ସ୍ବର୍ଣ୍ଣ

ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ପାଇଛି। ମିକ୍ସ ଡବଲ୍ସ ସ୍କ୍ବାସସ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଏହି ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦୀପିକା ପାଲ୍ଲିକଲ ଏବଂ ହରିନ୍ଦର ପାଲ ସିଂ ସାନ୍ଧୁ ଭାରତ ପକ୍ଷରୁ ଚ୍ୟାଲେଞ୍ଜ କରିଥିଲେ। ଏହି ଯୋଡି ଫାଇନାଲରେ ମାଲେସିଆ ଯୋଡିକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।
ଦୀପିକା ଏବଂ ହରିନ୍ଦରଙ୍କ ଯୋଡି ମାଲେସିଆର ବିଣ୍ଟି ଅଜମା ଏବଂ ମହମ୍ମଦ ସଫିକଙ୍କୁ ଠାରୁ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲେ। ଏକ କଠିନ ମ୍ୟାଚରେ ଭାରତୀୟ ଯୋଡି ପ୍ରଥମ ଗେମ ୧୧-୧୦ରେ ଜିତିଥିଲେ। ଏହା ପରେ ଦୀପିକା ଏବଂ ହରିନ୍ଦର ଦ୍ୱିତୀୟ ସେଟରେ ୯-୩ରେ ଆଗୁଆ ରହିଥିଲେ ମଧ୍ୟ ମାଲେସିଆ ଯୋଡି ବ୍ୟାକ୍‌ ଟୁ ବ୍ୟାକ୍‌ ପଏଣ୍ଟକୁ ନେଇ ସ୍କୋରକୁ ସମାନ କରିଥିଲେ। ଏଠାରୁ ହରିନ୍ଦର ଦୁଇଟି ପଏଣ୍ଟ ହାସଲ କରି ୧୧-୧୦ ଦ୍ୱିତୀୟ ଗେମ ଜିତିଥିଲେ।

Share