Categories: ଖେଳ

ସିରିଜ ବରାବର କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୩।୯: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମୁକାବିଲାରେ ବାଜିମାତ କରିଛି ଟିମ୍‌ ଇଣ୍ଡିଆ। ଦଳ ଏହି କର ବା ମର ମ୍ୟାଚ୍‌କୁ ୬ ଉଇକେଟରେ ଜିତିନେଇ ସିରିଜକୁ ବରାବର କରିଛି।

ଦ୍ୱିତୀୟ ଟି୨୦ରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଥିବା ମ୍ୟାଚ୍‌ର ନିର୍ଦ୍ଧାରିତ ୮ ଓଭରରେ ଅଷ୍ଟ୍ରେଲିଆ ୫ ଉଇକେଟ ହରାଇ ୯୦ ରନ୍‌ କରିଥିଲା। ଜବାବରେ ଟିମ୍‌ ଇଣ୍ଡିଆ ଏହାକୁ ୪ ଉଇକେଟ ହରାଇ ୪ ବଲ୍‌ ଥାଇ ହାସଲ କରିବାରେ ସଫଳ ହୋଇଛି।

 

Share