Posted inଜାତୀୟ

‘ଇଣ୍ଡିଆ’ ଜିତିବ ଲୋକ ସଭା ନିର୍ବାଚନ

ଚିଫୋବୋଜୋଉ(ନାଗାଲାଣ୍ଡ),୧୭।୧: ଇଣ୍ଡିଆନ ନ୍ୟାଶନାଲ ଡେଭେଲପମେଣ୍ଟାଲ ଇନ୍‌କ୍ଲୁସିଭ୍‌ ଆଲିଆନ୍ସ (ଇଣ୍ଡିଆ) ବ୍ଲକ୍‌ର ଦଳଗୁଡ଼ିକ ମଧ୍ୟରେ ଆସନ ଭାଗବଣ୍ଟା ପ୍ରସଙ୍ଗର ଶୀଘ୍ର ସମାଧାନ ହୋଇଯିବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପା ବିରୋଧରେ ବିରୋଧୀ ଦଳଗୁଡ଼ିକର ଏହି ମେଣ୍ଟ ବିଜୟ ହାସଲ କରିବ ବୋଲି ରାହୁଲ ଦାବି କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ଏକ ଆଦର୍ଶଗତ ମେଣ୍ଟ ଏବଂ ଏହାର ନେତାମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ଓ ଶ୍ରଦ୍ଧା ରହିଛି, ଯାହାକି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ଏବଂ ଭାଜପାର ନୀତି ଠାରୁ ଭିନ୍ନ। ଇଣ୍ଡିଆ ବ୍ଲକ୍‌ର ସ୍ଥିତି ଭଲ ରହିଥିବା ରାହୁଲ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଅବସରରେ ନାଗାଲାଣ୍ଡରେ ଏକ ଖବରଦାତା ସମ୍ମିଳନୀକୁ କହିଛନ୍ତି। ଆସନ ଭାଗବଣ୍ଟା ନେଇ ସହଯୋଗୀ ଦଳଗୁଡ଼ିକ ସହ ଆଲୋଚନା ବେଶ୍‌ ଭଲ ଚାଲିଛି। ଆଲୋଚନାରେ କୌଣସ ଜଟିଳତା ନ ଥିବାରୁ ଖୁବ୍‌ଶୀଘ୍ର ଆସନ ଭାଗବଣ୍ଟା ନିଷ୍ପତ୍ତି ହୋଇଯିବ ବୋଲି ରାହୁଲ ନିଶ୍ଚିତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ନାଁରେ ଏମିତି ଅଭିଯୋଗ ଆଣିଲେ ନବବିବାହିତା: ମୁଣ୍ଡରେ ହାତ ଦେଲା ପୋଲିସ

ନୂଆଦିଲ୍ଲୀ,୨୫।୧୧: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି। ଜଣେ ନବବିବାହିତ ସ୍ବାମୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଲିପଷ୍ଟିକ ଏବଂ ପାଉଡର ଆଣିବାକୁ...

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ)...

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ...

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର...

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ...

ମସଜିଦ ସର୍ଭେ ସମୟରେ ହିଂସା: ପଥରମାଡ଼ରେ ୩ ମୃତ, ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ସେଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ...

ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମନେ ପକାଇ…

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ...

ପର୍ଥରେ ଚୌକା-ଛକା ବର୍ଷା: ୪୯୧ ଦିନ ପରେ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି 

ପର୍ଥ,୨୪।୧୧: ଅଷ୍ଟ୍ରେଲିଆରେ ଚମକିଲେ ବିରାଟ କୋହଲି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri