Categories: ଖେଳ

ରୋଇଂରେ ଭାରତକୁ ରୌପ୍ୟ ପଦକ…

ହାଙ୍ଗଝୋଉ,,୨୪।୯ :ଏସୀୟ ଗେମ୍ସରେ ଭାରତ ପାଇଁ ରବିବାର ଏକ ଭଲ ଦିନ ସାବ୍ୟସ୍ତ ହୋଇଚି। ଖେଳ ଆରମ୍ଭରେ ଭାରତ ରୋଇଂରେ ପ୍ରଥମ ପଦକ ଜିତିଛି। ହାଲୁକା ଓଜନ ଡବଲ୍ସରେ ଅର୍ଜୁନ ଲାଲ ଜଟ ଏବଂ ଅରବିନ୍ଦ ସିଂ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ସେମାନେ ଫାଇନାଲରେ ୬:୨୮:୧୮ ସ୍କୋର କରି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି।

ଏହା ସହ ଭାରତ ଦ୍ୱିତୀୟ ପଦକ ମହିଳା ଦଳ ୧୦ ମିଟର ଏୟାର ରାଇଫଲରେ ଜିତିଛି। ମେଘୁଲି ଘୋଷ, ରମିତା ଏବଂ ଆଶି ଚୋକସି ଭାରତ ପାଇଁ ଦିନର ଦ୍ୱିତୀୟ ପଦକ ଜିତିଛନ୍ତି। ପ୍ରଥମ ଥର ପାଇଁ ଭାରତ ହାଲୁକା ଓଜନ ଡବଲ୍ସ ରୋଇଂରେ ଏସୀୟ ଗେମ୍ସରେ ପଦକ ଜିତିଛି।

Share