Posted inଖେଳ

୪ ବର୍ଷ ପରେ ହାରିଲା ଅଷ୍ଟ୍ରେଲିଆ

କାନାବେରା,୨୬।୯: ଭାରତୀୟ ମହିଳା ଦଳ ଠାରୁ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ପରାଜୟ ସହ ମହିଳା ଅଷ୍ଟ୍ରେଲିଆ ଦଳର ଅପରାଜେୟ ଧାରାରେ ବ୍ରେକ ଲାଗିଛି। ଲଗାତାର ୨୬ଟି ଦିନିକିଆ ମ୍ୟାଚ୍‌ ଜିତିବା ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଦେଖିବାକୁ ପଡ଼ିଛି ପରାଜୟର ମୁହଁ। ଏହା ଉଭୟ ପୁରୁଷ ଓ ମହିଳା ବର୍ଗ ପାଇଁ ଦିନିକିଆ ଫର୍ମାଟରେ ସବୁଠୁ ବଡ଼ ବିଜୟ ଧାରା। ଅନ୍ତିମ ଥର ୨୦୧୭ରେ ଅଷ୍ଟ୍ରେଲିଆ ମହିଳା ଦଳ ଦିନିକିଆ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ପରାଜୟ ସତ୍ତ୍ୱେ ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ଅଷ୍ଟ୍ରେଲିଆ ୨-୧ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୫୦ ଓଭରରେ ୯ ଉଇକେଟ ହରାଇ ୨୬୪ ରନ୍‌ କରିଥିଲା। ଦଳ ପାଇଁ ଆଶଲେ ଗାର୍ଡନର ୬୭, ବେଥ ମୁନି ୫୨ ଓ ତାହିଲା ମ୍ୟାକଗ୍ରାଥ ୪୭ ରନ୍‌ କରିଥିଲେ। ଝୁଲନ ଗୋସ୍ବାମୀ ଓ ପୁଜା ବସ୍ତ୍ରକାର ନେଇଥିଲେ ୩ ଲେଖାଏ ଉଇକେଟ। ଜବାବରେ ଭାରତକୁ ଅର୍ଦ୍ଧଶତକୀୟ ଆରମ୍ଭ ଦେଇଥିଲେ ଶେଫାଳି ବର୍ମା (୫୬) ଓ ସ୍ମ୍ରିତି ମନ୍ଧାନା (୨୨)। ଯଶତିକା ଭାଟିଆ ଖେଳିଥିଲେ ୬୧ ରନ୍‌ର ଅର୍ଦ୍ଧଶତକୀୟ ପାଳି। କିନ୍ତୁ ୨୮ ରନ୍‌ ମଧ୍ୟରେ ୩ ଉଇକେଟ ପଡ଼ିଯିବାରୁ ସଙ୍କଟରେ ପଡ଼ିଯାଇଥିଲା ଟିମ୍‌ ଇଣ୍ଡିଆ। ଶେଷ ଆଡ଼କୁ ଦୀପ୍ତି ଶର୍ମା (୩୧) ଓ ସ୍ନେହ ରାଣା (୩୦) ଦଳକୁ ବିଜୟ ଲକ୍ଷ୍ୟ ପାଖକୁ ନେଇ ଯାଇଥିଲେ। ଫଳରେ ଭାରତ ୪୯.୩ ଓଭରରେ ୨୬୬ ରନ୍‌ କରି ମ୍ୟାଚ୍‌ ନେଇଥିଲା। ବିଜୟ ଲକ୍ଷ୍ୟର ପିଛା କରି ମ୍ୟାଚ୍‌ ଜିତିବାରେ ଏହା ଭାରତୀୟ ମହିଳା ଦଳ ପାଇଁ ସର୍ବଶ୍ରେଷ୍ଠ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri