ଭାରତୀୟ ମହିଳା ଟି-୨୦ ଦଳର ଅଧିନାୟିକା ହରମନପ୍ରୀତ କୌର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୨ ବର୍ଷୀୟା ଏହି ତାରକା ଅଲରାଉଣ୍ଡର ଏବେ ଘରେ ନିଜକୁ ଅଲଗାକରି କ୍ୱାରାଣ୍ଟାଇନରେ ରହୁଛନ୍ତି। ସାମାନ୍ୟ ଜ୍ୱର ହେବାରୁ ସେ ନିଜର କରୋନା ପରୀକ୍ଷା କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ଟିମ୍ୟାଚ୍ ବିଶିଷ୍ଟ ଦିନିକିଆ ଖେଳିଥିଲେ। ସିରିଜ୍ର ସମସ୍ତ ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯାଇଥିଲା।
ତେବେ ନିକଟରେ ୪ ପୂର୍ବତନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର, ୟୁସୁଫ ପଠାନ, ଏସ୍ ବଦ୍ରିନାଥ ଏବଂ ଇରଫାନ ପଠାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।