ଅନ୍ତର୍ଜାତୀୟ କ୍ରିକେଟର ପ୍ରିୟା ପୁନିଆଙ୍କ ମା’ କରୋନାରେ ମୃତ୍ୟ ବରଣ କରିଛନ୍ତି। ୨୪ ବର୍ଷୀୟା ଏହି କ୍ରିକେଟର ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ପୋଷ୍ଟ ଲେଖିଛନ୍ତି। ପୁନିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଆଜି ମୁଁ ଅନୁଭବ କଲି ଯେ ତୁମେ ମୋତେ ସବୁବେଳେ ଶକ୍ତିଶାଳୀ ହେବାକୁ କାହିଁକି କହୁଥିଲ? ତୁମେ ଜାଣିଥିଲ ଯେ ଦିନେ ତୁମେ ଚାଲିଯିବା ପରେ ସେହି ଦୁଃଖର ମୁକାବିଲା ପାଇଁ ମୋର ଶକ୍ତି ଦରକାର। ମା’ ତୁମର ଅନୁପସ୍ଥିତି ସବୁବେଳେ ଅନୁଭବ ହେବ। ମୁଁ ଜାଣେ ତୁମେ ସବୁବେଳେ ମୋ ସହିତ ରହିବ। ମା, ମୋତେ ମାର୍ଗଦର୍ଶନ କର … ତୁମକୁ ସବୁଦିନ ଭଲ ପାଉଥିବି। ସେ ଆହୁରି କହିଛନ୍ତି, ଜୀବନର କିଛି ଜିନିଷ ଗ୍ରହଣ କରିବା କଷ୍ଟକର। ତୁମର ସ୍ମୃତି କେବେବି ଭୁଲିପାରିବି ନାହିଁ। ଭଗବାନ ତୁମର ଆତ୍ମାକୁ ଶାନ୍ତି କରନ୍ତୁ, ମା। ଦୟାକରି ନିୟମ ଅନୁସରଣ କରନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ । ଏହି ଭୂତାଣୁ ଅତ୍ୟନ୍ତ ବିପଜ୍ଜନକ।
ଏହାପୂର୍ବରୁ ଅନ୍ୟ ଜଣେ ଭାରତୀୟ ମହିଳା କ୍ରିକେଟର ବେଦା କ୍ରିଷ୍ଣମୂର୍ତ୍ତି ମଧ୍ୟ ଏହି ମାରାତ୍ମକ କରୋନା ଯୋଗୁ ତାଙ୍କ ମା ଏବଂ ଭଉଣୀଙ୍କୁ ହରାଇଥିଲେ। ସୂଚନାଯୋଗ୍ୟ, ପ୍ରିୟା ପୁନିଆଙ୍କୁ ଆଗାମୀ ଇଂଲଣ୍ଡ ସିରିଜ୍ ପାଇଁ ଦଳରେ ଚୟନ କରାଯାଇଛି।