ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍ ୨୦୨୨ର ୨୮ତମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ୍ ଜିତିବାକୁ ହେବ। ଏହି କର ବା ମର ମ୍ୟାଚ୍ରେ ଭାରତୀୟ ଅଧିନାୟକ ମିତାଲି ରାଜ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୫୦ ଓଭରରେ ଟିମ୍ ଇଣ୍ଡିଆ ୭ ଉଇକେଟ ହରାଇ ୨୭୪ ରନ୍ ସଂଗ୍ରହ କରିଛି। ମ୍ୟାଚ୍କୁ ଜିତିବା ଲାଗି ଦକ୍ଷିଣ ଆଫ୍ରିକା ଦଳକୁ ୨୭୫ ରନ୍ କରିବାକୁ ହେବ। ମ୍ୟାଚ୍ରେ ଭାରତର ସ୍ମୃତି ମନ୍ଧାନା(୭୧) ଏବଂ ଶୈଫାଳି ବର୍ମା(୫୩) ଉଲ୍ଲେଖନୀୟ ଭାଗିଦାରୀ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ପରେ ମିତାଲି ରାଜ(୬୮) ଏବଂ ଅଧିନାୟକ ହରମନପ୍ରିତ କୌର(୪୮) ଚତୁର୍ଥ ଉଇକେଟ ପାଇଁ ୫୮ ରନ୍ର ଭାଗିଦାରି କରିଥିଲେ। ଶେଷ ଓଭରରେ ଭାରତ ଦୁର୍ବଳ ପଡ଼ିଥିଲେ ହେଁ ଦଳ ୨୭୫ରନ୍ କରିବାରେ ସଫଳ ହୋଇଛି।