Categories: ଖେଳ

୩-୦ରେ ସିରିଜ୍‌ ଛଡ଼ାଇ ଆଣିଲା ଟିମ୍‌ ଇଣ୍ଡିଆ

ପାଲିକେଲ୍‌,୭।୭: ଅଧିନାୟିକା ହରମନପ୍ରୀତ କୌର (୮୮ ବଲ୍‌ରୁ ୭୫ରନ ଏବଂ ୫ ଓଭରରେ ୧/୨୧) ଓ ପୂଜା ବସ୍ତ୍ରକାର ୬୫ ବଲ୍‌ରୁ ୫୬*, ଏବଂ ୨/୩୨)ଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଶ୍ରୀଲଙ୍କା ବିପକ୍ଷ ୩ୟ ତଥା ଅନ୍ତିମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୩୯ରନ୍‌ରେ ବିଜୟ ହାସଲ କରିଛି। ଏଥିସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜ ୩-୦ରେ କ୍ଲିନ୍‌ ସୁଇପ୍‌ ବିଜୟ ହାସଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଉଇକେଟରେ ୨୫୫ ରନ କରିଥିଲା। ହରମନପ୍ରୀତ ଓ ବସ୍ତ୍ରକାର ୯ମ ଉଇକେଟରେ ମହତ୍ୱପୂର୍ଣ୍ଣ ୯୭ରନ୍‌ ଯୋଗ କରିଥିଲେ। ବୋଲର ଚମତ୍କାର ବୋଲିଂ କରି ଘରୋଇ ଦଳକୁ ୪୭.୩ ଓଭରରେ ୨୧୬ ରନ୍‌ ସ୍କୋରରେ ଅଲଆଉଟ କରିଦେଇଥିଲେ। ହରମନପ୍ରୀତ ଓ ପୂଜା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ରେକ୍‌ଥ୍ରୁ ଦେଇଥିଲେ। ହରମନପ୍ରୀତ ଉଭୟ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି।

Share