Categories: ଖେଳ

୧୨ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କଲା ଭାରତ

ପାଲିକେଲ୍‌,୨ା୭: ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ୪ ଉଇକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୪୮.୨ ଓଭରରେ ୧୭୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା। ଜବାବରେ ଭାରତ ୧୨ ଓଭର ବାକିଥାଇ ୬ ଉଇକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ମ୍ୟାଚରେ ଦୀପ୍ତି ୨୫ ରନ୍‌ ବିନିମୟରେ ୩ ଉଇକେଟ ନେବା ସହ ୨୨ ରନ୍‌ କରି ଅପରାଜିତ ରହିଥିଲେ। ଏହି ବିଜୟ ଦ୍ୱାରା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଅନ୍ତର୍ଜାତୀୟ ଦିନିକିଆ ଚାମ୍ପିୟନଶିପ୍‌ର ଏହି ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ଦୀପ୍ତି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

Share