Categories: ଖେଳ

ପାକିସ୍ତାନକୁ ହରାଇଲା ଭାରତ

ଦାମ୍ବୁଲା, ୨୦।୭: ଏସିଆ କପ୍‌ ମହିଳା କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ୨ଟି ମ୍ୟାଚରେ ୟୁଏଇକୁ ନେପାଳ ଓ ପାକିସ୍ତାନକୁ ହରାଇ ଭାରତ ଏହାର ଅଭିଯାନ ଆରମ୍ଭ କରିଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମାଙ୍କ ପ୍ରଭାବୀ ବ୍ୟାଟିଂ ବଳରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି।

ଭାରତୀୟ ବୋଲରଙ୍କୁ ସାମ୍ନା କରି ନ ପାରି ପାକିସ୍ତାନ ୧୯.୨ ଓଭରରେ ମାତ୍ର ୧୦୮ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ସିଦ୍ରା ଅମିନ ସର୍ବାଧିକ ୨୫ ରନ୍‌ କରିଥିବାବେଳେ ଭାରତ ପକ୍ଷରୁ ଦୀପ୍ତି ଶର୍ମା ୩ଟି ଏବଂ ରେଣୁକା ସିଂ, ପୂଜା ବସ୍ତ୍ରକାର ଓ ଶ୍ରେୟଙ୍କା ପାଟିଲ ୨ଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ଭାରତ ୧୪.୧ ଓଭରରେ ମାତ୍ର ୩ ଉଇକେଟ ହରାଇ ୧୦୯ ରନ ସଂଗ୍ରହ କରି ନେଇଥିଲା। ଦୁଇ ଓପନର ସ୍ମୃତି ମନ୍ଧାନା ୪୫ (୩୧ ବଲ, ୯ ଚୌକା) ଓ ଶେଫାଳି ବର୍ମା ୪୦ (୨୯ ବଲ, ୬ ଚୌକା, ୧ ଛକା) ରନ୍‌ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Share