Posted inଖେଳ

ୟୁଏଇକୁ ହରାଇ ଭାରତର ଦ୍ୱିତୀୟ ବିଜୟ

ଡାମ୍ବୁଲା,୨୧ା୭: ମହିଳା ଏସିଆ କପ୍‌ କ୍ରିକେଟ ଟି୨୦ରେ ରବିବାର ୟୁଏଇ ବିପକ୍ଷରେ ଭାରତ ୭୮ ରନ୍‌ରେ ବିଜୟ ହାସଲ କରିଛି। ପ୍ରଥମ ଥର ଭାରତ ମହିଳା ଟି୨୦ରେ ୨୦୦ ରନ୍‌ ସ୍କୋର କରିବା ସହ କ୍ରମାଗତ ମ୍ୟାଚ୍‌ରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୨୦୧ ରନ୍‌ କରିଥିଲା। ଜବାବରେ ୟୁଏଇ ୨୦ ଓଭରରେ ୭ ଉଇକେଟରେ ୧୨୩ ରନ୍‌ରେ ସୀମିତ ରହିଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୨ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ଶେଫାଳି ବର୍ମା ଦ୍ରୁତ ଆରମ୍ଭ କରି ୧୮ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୩୭ ରନ୍‌ କରିଥିଲେ। ସ୍ମୃତି ମନ୍ଧାନା ୯ ଓ ଦୟାଲାନ ହେମଲତା ୨ ରନ୍‌ କରି ଆଉଟ ହେବାରୁ ଭାରତ ସଙ୍କଟରେ ପଡିଥିଲା। ତେବେ ଅଧିନାୟିକା ହରମନ୍‌ପ୍ରୀତ୍‌ କୌର(୬୬) ଓ ରିଚା ଘୋଷ (୬୪*) ଭାରତକୁ ସଙ୍କଟରୁ ଉଦ୍ଧାର କରିଥିଲେ। ୫୨ ରନ୍‌ରେ ତୃତୀୟ ଉଇକେଟର ପତନ ପରେ ହରମନ୍‌ପ୍ରୀତ ଓ ଜେମିମା ରୋଡ୍ରିଗୁଏଜ(୧୪) ଚତୁର୍ଥ ଉଇକେଟରେ ୫୪ ରନ୍‌ ଯୋଡିଥିଲେ। ଜେମିମା ଆଉଟ ହେବା ପରେ ପଞ୍ଚମ ଉଇକେଟରେ ରିଚା ଓ ହରମନ୍‌ପ୍ରୀତ ୭୫ ରନ୍‌ ଯୋଡିଥିଲେ।

ଉଭୟ ଖେଳାଳି ୪୫ ବଲ୍‌ ଖେଳି ୭୫ ରନ୍‌ ଯୋଡି ଭାରତକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ। ହରମନ୍‌ପ୍ରୀତ ୪୭ ବଲ୍‌ ଖେଳି ୭ଚୌକା ଓ ୧ ଛକା ମାରି ୨୦ ତମ ଓଭରର ପ୍ରଥମ ବଲରେ ରନ୍‌ଆଉଟ ହୋଇଥିଲେ। ଅନ୍ୟ ପକ୍ଷରେ ରିଚା ୨୯ ବଲ୍‌ ଖେଳି ୧୨ ଚୌକା ଓ ୧ ଛକା ମାରିଥିଲେ। ଅନ୍ତିମ ଓଭରର ଶେଷ ୫ ବଲ୍‌ରେ ସେ ୫ ଚୌକା ମାରି ଭାରତର ସ୍କୋର ୨୦୧ରେ ପହଞ୍ଚାଇଥିଲେ। ୟୁଏଇ ପକ୍ଷରୁ ଅଫସ୍ପିନର କଭିଶା ଏଡୋଗେଡ ୨, ସମାଇରା ଧରଣୀଧରକା ଓ ହୀନା ହତଚନ୍ଦାନୀ ୧ ଉଇକେଟ ଲେଖାଏ ନେଇଥିଲେ।

୨୦୨ ରନ୍‌ର ପିଛା କରୁଥିବା ୟୁଏଇ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୧୨୩/୭ରେ ସୀମିତ ରହିଥିଲା। ଦଳ ପକ୍ଷରୁ କଭିଶା ଏଡୋଗେଡ ଅପରାଜିତ ୪୦ ରନ୍‌ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ଇଶା ରୋହିତ ଓଝା ୩୮ ଓ ଖୁସି ଶର୍ମା ୧୦ ରନ୍‌ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨, ତନୁଜା କଓ୍ବଁର, ରେଣୁକା ଠାକୁର, ପୂଜା ବସ୍ତ୍ରକାର ଓ ରାଧା ଯାଦବ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ରିଚା ଘୋଷଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri