Categories: ଖେଳ

ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ଖେଳାଯାଇଥିବା ଟି-୨୦ ମୁକାବିଳାରେ ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ଫଳରେ ଭାରତୀୟ ମହିଳା ଦଳ ୮ ଉଇକେଟରେ ବିଜୟ ହୋଇଛି। ଟସ୍‌ ଜିତି ପାକିସ୍ତାନ ବ୍ୟାଟିଂ କରି ୯୯ ରନ୍‌ କରିଥିଲା। ଜବାବରେ ଭାରତୀୟ ଦଳ ୨ ଉଇକେଟ ହରାଇ ୧୦୨ ରନ୍‌ କରି ବିଜୟୀ ହୋଇଥିଲା।

ବର୍ଷା ବାଧକ ୧୮ ଓଭର ବିଶିଷ୍ଟ ମ୍ୟାଚରେ ପାକିସ୍ତାନ ୯୯ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ମୁନୀବ ଅଲୀ ସର୍ବାଧିକ ୩୨ ରନ୍‌ କରିଥିଲେ। ଭାରତ ୧୧.୪ ଓଭରରେ ୨ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସ୍ମୃତି ମନ୍ଧାନା ୪୨ ବଲରେ ୬୩ ରନ୍‌ର ବିସ୍ଫୋରକ ଇନିଂସ (୮ ଚୌକା ଏବଂ ୩ ଛକା ) ଖେଳିଥିଲେ। ସେଫାଳି ବର୍ମା ୧୬ ରନ୍‌ କରିଥିବା ବେଳେ ସାଭିନେନି ମେଘନା ୧୪ ରନ୍‌ କରିଥିଲେ। ଜେମିମା ରୋଡ୍ରିଗୁସ ୨ ରନ୍‌ କରି ଅପରାଜିତ ରହିଥିଲେ।

Share