Categories: ଖେଳ

ମାତ୍ର ୧୫ ମିନିଟ୍‌ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମହିଳା ହକିରେ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ମାତ୍ର ୧୫ ମିନନିଟ୍‌ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ ପଦକ ମିଳିଛି। ମହିଳା ବକ୍ସିଂ ଫାଇନାଲ ମ୍ୟାଚ ଜିତି ଭାରତର ନୀତୁ ଘଙ୍ଗାସ ସ୍ବର୍ଣ୍ଣ ଜିତିଥିଲେ। ସେହିପରି ପୁରୁଷ ବକ୍ସିଂର ୪୮-୫୧ କିଲୋଗ୍ରାମ ଓଜନ ବର୍ଗରେ ଅମିତ ପଙ୍ଘାଲ ଇଂଲଣ୍ଡର କିରାନ ମ୍ୟାକଡୋନାଲ୍ଡଙ୍କୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ଏପର୍ଯ୍ୟନ୍ତ ୪୩ଟି ପଦକ ଜିତିଛି। ଏଥିରେ ୧୫ଟି ସ୍ବର୍ଣ୍ଣ, ୧୧ଟି ରୌପ୍ୟ ଏବଂ ୧୭ଟି ବ୍ରୋଞ୍ଜ ପଦକ ରହିଛି।

Share