Categories: ଖେଳ

ଭାରତ ହାତରେ ଏସିଆ କପ୍‌

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ ଫାଇନାରେ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ ଅଷ୍ଟମ ଥର ପାଇଁ ଏସିଆ କପ୍‌ ହାତେଇଛି ଭାରତ।

ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତୀୟ ବୋଲରଙ୍କ ଦମ୍‌ନାର ବୋଲିଂ ଆଗରେ ଶ୍ରୀଲଙ୍କା ଧରାସାୟୀ ହୋଇପଡିଥିଲା। ଶ୍ରୀଲଙ୍କା ୧୫.୨ ଓଭରରେ ସମସ୍ତ ଉଇକେଟ ହରାଇ ୫୦ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ଭାରତ ଆଗରେ ୫୧ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ଶ୍ରୀଲଙ୍କା। ଜବାବରେ ଭାରତ ମାତ୍ର ୫.୨ ଓଭରରେ ବିନା କୌଣସି ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଭାରତର ଦ୍ରୁତ ବୋଲି ମହମ୍ମଦ ସିରାଜ କମାଲ ବୋଲିଂ କରି ଗୋଟିଏ ଓଭରରେ ୪ ଉଇକେଟ ନେଇ ଶ୍ରୀଲଙ୍କାକୁ ବ୍ୟାକ୍‌ ଫୁଟକୁ ଠେଲି ଦେଇଥିଲେ। ଏଥିରୁ ଶ୍ରୀଲଙ୍କା ବାହାରିବାରେ ସକ୍ଷମ ହୋଇ ନ ଥିଲା। ଶ୍ରୀଲଙ୍କା ୧୫.୨ ଓଭରରେ ସମସ୍ତ ଉଇକେଟ ହରାଇ ୫୦ ରନ୍‌ରେ ଅଟକି ଯାଇଥିଲା। ଶ୍ରୀଲଙ୍କା ପାଇଁ କୁସାଲ ମେଣ୍ଡିସ ସର୍ବାଧିକ ୧୭ ରନ୍‌ କରିଥିବା ବେଳେ ହେମାନଥା ୧୩ ରନ୍‌ କରିଥିଲେ। ୪ଜଣ ଖେଳାଳି ଶୁନ୍‌ରେ ଆଉଟ୍‌ ହୋଇଥିବା ବେଳେ ୪ଜଣ ଖେଳାଳି ଏକ ଅଙ୍କରେ ସୀମିତ ରହିଥିଲେ।

ଭାରତର ଦୁଇ ଓପରନ ଇଶାନ କିଷାନ ଏବଂ ଶୁବମନ ଗିଲ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଳାଇ ଥିଲେ। ଇଶାନ ୧୮ ବଲ୍‌ ଖେଳି ୩ ଚୌକା ସହାୟତାରେ ୨୩ ରନ୍‌ କରିଥିବା ବେଳେ ଶୁବମନ ୧୯ ବଲ୍‌ ଖେଳି ୬ ଚୌକା ସହାୟତାରେ ୨ଇଞ୍ଛ କରିଥିଲେ। ଦୁହେଁ ନଟ୍‌ ଆଉଟ୍‌ ରହି ଭାରତକୁ ବିଜୟ କରାଇଥିଲେ। ମହମ୍ମଦ ସିରାଜ ୭ ଓଭରରେ ୨୧ ରନ୍‌ ଦେଇ ୬ ଉଇକେଟ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୨.୨ ଓଭରରେ ୩ ରନ୍‌ ଦେଇ ୩ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଜସପ୍ରୀତ ବୁମରା ଗୋଟିଏ ଉଇକେଟ ନେଇଥିଲେ।

 

Share