Categories: ଖେଳ

ପରାଜୟର ପ୍ରତିଶୋଧ ନେଲା ଭାରତ

ହରାରେ,୭।୭: ହରାରେ ସ୍ପୋର୍ଟସ କ୍ଲବଠାର ରବିବାର ଖେଳାଯାଉଥିବା ଭାରତ-ଜିମ୍ବାଓ୍ବେ ଦ୍ୱିତୀୟ ଟି-୨୦ରେ ଜିମ୍ବାଓ୍ବେକୁ ୧୦୦ ରନ୍‌ରେ ପରାସ୍ତ କରି ପ୍ରଥମ ପରାଜୟର ପ୍ରତିଶୋଧ ନେଇଛି ଟିମ୍‌ ଇଣ୍ଡିଆ।

ଜିମ୍ବାଓ୍ବେ ଆଗରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଥିବା ବେଳେ ଦଳ ୧୮.୪ ଓଭରରେ ୧୩୪ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ଓ୍ବେସଲେ ମେଦେଭେର ୪୩ ରନ୍‌ କରିଥିବା ବେଳେ ଲ୍ୟୁକ୍‌ ଜୋଙ୍ଗଓ୍ବେ ୩୩ ରନ୍‌ କରିଥିଲେ। ସେହିପରି ବ୍ରିଆନ ବେନେଟ୍‌ ୨୬ ରନ୍‌ କରିବାରେ ସଫଳ ହୋଇଥିଲେ। ଭାରତ ପକ୍ଷରୁ ମୁକେଶ କୁମାର ଏବଂ ଆଭେସ ଖାଁ ୩ଟି ଲେଖାଏ ଉଇକେଟ ନେଇଥିବା ବେଳେ ରବି ବିଷ୍ଣୋଇ ୨ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

ମ୍ୟାଚରେ ଭାରତ ଟସ ୍‌ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଶୁଭମନ ଗିଲ ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଅଭିଷେକ ଶର୍ମା ଓ ଋତୁରାଜ ଗାଇକ୍ବାଡ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଭିଷେକ ୪୭ଟି ବଲରେ ୧୦୦ ରନ୍‌ କରି ଦମ୍‌ଦାର ଶତକ ହାସଲ କରିଥିଳେ। ସେହିପରି ଗାଇକ୍ବାଡ ୪୭ ବଲରୁ ୭୭ ରନ କରିଥିଲେ। ଅଭିଷେକ ତାଙ୍କ ଶତକୀୟ ଇନିଂସ୍‌ରେ ୮ଟି ଛକା ଓ ୭ଟି ଚୌକା ମାରିଥିଲେ। ରିଙ୍କୁ ସିଂ ୨୨ ବଲରୁ ୪୮ ରନ୍‌ କରିଥିଲେ । ରିଙ୍କୁ ୫ଟି ଛକା ଓ ୨ଟି ଚୌକା ମାରିଥିଲେ। ଭାରତ ୨୦ ଓଭରରେ ୨ ଉଇକେଟ ହରାଇ ୨୩୪ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା।

Share