ପୋର୍ଟ ଅଫ୍ ସ୍ପେନ୍,୨୩।୭: ତ୍ରିନିଦାଦର ପୋର୍ଟ ଅଫ ସ୍ପେନ୍ରେ ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ୩ ରନ୍ରେ ବିଜୟୀ ହୋଇଛି । ଫଳରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ୧-୦ରେ ଭାରତ ଆଗୁଆ ରହିଛି।
ଅଧିନାୟକ ଶିଖର ଧୱନ, ଓପନର ଶୁବମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରେ ୭ ଉଇକେଟ ହରାଇ ୩୦୮ ରନ କରିଥିଲା। ଏହାର ଜବାବରେ ଘରୋଇ ୱେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୩୦୫ ରନ୍ କରିବାରେ ସକ୍ଷମ ହୋଇଥିଲା।
ଶେଷ ଓଭରରେ ୱେଷ୍ଟଇଣ୍ଡିଜକୁ ଜିତିବା ପାଇଁ ୧୫ ରନ୍ ଦରକାର ଥିବା ବେଳ ମହମ୍ମଦ ସିରାଜ କେବଳ ୧୧ ରନ୍ ଦେଇଥିଲେ। ୯୯ ବଲରେ ୯୭ ରନ ରନ ଇନିଂସ ଖେଳିଥିବା ଶିଖର ଧୱନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ୱେଷ୍ଟଇଣ୍ଡିଜ ଅଧିନାୟକ ନିକୋଲସ ପୂରନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ।