Categories: ଖେଳ

ସିରିଜ୍‌ କବ୍‌ଜା କଲା ଭାରତ

ଡବ୍‌ଲିନ୍‌,୨୦ା୮: ଡବଲିନ୍‌ ଦ ଭିଲେଜ୍‌ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହି ସିରିଜ୍‌ କବ୍‌ଜା କରି ନେଇଛି। ଆୟର୍ଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୮୫ ରନ୍‌ କରିଥ୍‌ତ୍ଲା। ଜବାବରେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୫୨ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ସିରିଜ୍‌ର ପ୍ରଥମ ମ୍ୟାଚରେ ଭାରତ ପ୍ରଭାବୀ ବୋଲିଂ କରିଥିଲା। ଫଳରେ ଆୟର୍ଲାଣ୍ଡ ୭ ଉଇକେଟ ହରାଇ ୧୩୯ ରନ୍‌ ସ୍କୋର କରିଥିବା ବେଳେ ଭାରତ ୨ ଉଇକେଟ ବିନିମୟରେ ୪୭ ରନ୍‌ କରିଥିଲା। ବର୍ଷା ଯୋଗୁ ଡର୍କଓ୍ବର୍ଥ ଲୁଇସ୍‌ ନିୟମ ଅନୁସାରେ ଭାରତ ମ୍ୟାଚ୍‌କୁ ୨ ରନ୍‌ରେ ବିଜୟୀ ହୋଇଥିଲା।

Share