Categories: ଖେଳ

ପ୍ରଥମ ଦିନିକିଆରେ ୫ ଉଇକେଟରେ ଜିତିଲା ଭାରତ

ବ୍ରିଜ୍‌ଟାଉନ୍‌,୨୭।୭: ବ୍ରଜ୍‌ଟାଉନ ସ୍ଥିତ କେସିଙ୍ଗଟନ ଓଭାର ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତ ୫ ଉଇକେଟରେ ବିଜୟୀ ହୋଇଛି। ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇଁ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରିଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୱେଷ୍ଟଇଣ୍ଡିଜ ୨୩ ଓଭରରେ ସମସ୍ତ ଉଇକେଟ ହରାଇ ୧୧୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଫଳରେ ଭାରତ ଆଗରେ ୧୧୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା। ଜବାବରେ ଭାରତ ୨୨.୫ ଓଭର ଖେଳି ୫ ଉଇକେଟ ହରାଇ ୧୧୮ ରନ୍‌ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଇଶାନ୍‌ କିଶନ ୪୬ଟି ବଲରେ ସର୍ବାଧିକ ୫୨ ରନ୍‌ କରିଥିଲେ। ସେ ୭ ଚଉକା ଏବଂ ଗୋଟିଏ ଛକା ମାରିଥିଲେ। କୁଲଦୀପ ଯାଦବ ୪ ଉଇକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ୩ ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା, ମୁକେଶ କୁମାର, ଶାଦ୍ଦୁଲ ଠାକୁର ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share